ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୨୧ଟି ପଞ୍ଚାୟତ ପାଇଁ ୪୯ କୋଟି ୭୩ଲକ୍ଷ ମଞ୍ଜୁର

ଭୁବନେଶ୍ବର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୪୯.୭୩ େକାଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକଗୁଡିକ େହଲା ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଞ୍ଜାମ ଜିଲ୍ଲାର ଖଲ୍ଲିେକାଟ, ପୁରୁେଷାତ୍ତମପୁର, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, େକନ୍ଦୁଝର ଜିଲ୍ଲାର ତେଲକୋଇ ଏବଂ େଖାର୍ଧାର ବାଣପୁର ବ୍ଲକ। ଏହାକୁ ମିଶାଇ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ େମାଟ ୨୬୯ଟି ବ୍ଲକର ୫୯୪୫ଟି ପଞ୍ଚାୟତ ପାଇଁ ଆେଲାଚନା ମାଧ୍ୟମରେ ୫୪ ହଜାର ୭୮୬ଟି ପ୍ରକଳ୍ପ ପାଇଁ ୧୩୬୨ େକାଟି ୫୮ ଲକ୍ଷ ଟଙ୍କା ଅନୁେମାଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଧାମନଗର ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୭୫ େକାଟି ଟଙ୍କାରେ ୨୬୧ଟି ପ୍ରକଳ୍ପକୁ ମଞ୍ଜୁର ମିଳିଛି। େସହିପରି କଟକ ସଦରର ୨୨ଟି ପଞ୍ଚାୟତ ପାଇଁ ୫ଲକ୍ଷ ୭୫ େକାଟି ଟଙ୍କାରେ ୨୯୦ ପ୍ରକଳ୍ପ, ଖଲ୍ଲିେକାଟ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୨୫ େକାଟି ଟଙ୍କାର ୧୭୮ ପ୍ରକଳ୍ପ, ପୁରୁେଷାତ୍ତମପୁର ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬ କୋଟି ୫୦ଲକ୍ଷ ଟଙ୍କାର ୧୮୫ଟି ପ୍ରକଳ୍ପକୁ ସରକାର ଅନୁେମାଦନ ଦେଇଛନ୍ତି। କୁଜଙ୍ଗ ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୭ େକାଟି ଟଙ୍କାର ୨୫୦ ପ୍ରକଳ୍ପ, ଭବାନୀପାଟଣା ବ୍ଲକର ୩୬ଟି ପଞ୍ଚାୟତ ପାଇଁ ୮ େକାଟି ଟଙ୍କାରେ ୩୯୩ଟି ପ୍ରକଳ୍ପ, ତେଲକୋଇ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୩ େକାଟି ୧୭ଲକ୍ଷ ଟଙ୍କାର ୧୨୦ଟି ପ୍ରକଳ୍ପ, ବାଣପୁର ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୪ େକାଟି ୩୧ ଲକ୍ଷ ଟଙ୍କାର ୧୨୧ଟି ପ୍ରକଳ୍ପକୁ ସରକାରୀ ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର