ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୬୮ ପଞ୍ଚାୟତ ପାଇଁ ୬୭୬ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩ଟି ବ୍ଲକ୍‌ର ୬୮ଟି ପଞ୍ଚାୟତ ପାଇଁ ୬୭୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବାଲେଶ୍ୱର ଜିଲ୍ଲାର ନୀଳଗିରି, ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଓ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୧୬.୬୦ କୋଟି ଟଙ୍କା।

ନୀଳଗିରି ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ, କଙ୍କଡ଼ାହାଡ଼ ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୪.୮୫ କୋଟି ଟଙ୍କାରେ ୧୫୨ଟି ପ୍ରକଳ୍ପ, ଭଣ୍ଡାରୀପୋଖରୀ ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୨୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର