ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୧୪ ପଞ୍ଚାୟତ ପାଇଁ ୧୧୯୩ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ବ୍ଲକ୍‌ର ୧୧୪ଟି ପଞ୍ଚାୟତ ପାଇଁ ୧୧୯୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ଭେଡ଼େନ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ବାଲେଶ୍ୱର ଜିଲ୍ଲାର ରେମୁଣା ଓ ଯାଜପୁର ଜିଲ୍ଲାର ଦାନଗଦି। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୨.୬୦ କୋଟି ଟଙ୍କା।

ଭେଡ଼େନ ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୬୪ଟି ପ୍ରକଳ୍ପ, ଆଳି ବ୍ଲକ୍‌ର ୩୪ଟି ପଞ୍ଚାୟତ ପାଇଁ ୮.୧୧ କୋଟି ଟଙ୍କାରେ ୩୯୮ଟି ପ୍ରକଳ୍ପ, ରେମୁଣା ବ୍ଲକ୍‌ର ୩୬ଟି ପଞ୍ଚାୟତ ପାଇଁ ୧୧.୨୦ କୋଟି ଟଙ୍କାରେ ୪୬୮ଟି ପ୍ରକଳ୍ପ ଏବଂ ଦାନଗଦି ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୮.୦୪ କୋଟି ଟଙ୍କାରେ ୧୬୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର