ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୫୪ ପଞ୍ଚାୟତ ପାଇଁ ୧୩୬୫ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ବ୍ଲକ୍‌ର ୧୫୪ଟି ପଞ୍ଚାୟତ ପାଇଁ ୧୩୬୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍‌, ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍‌, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍‌, ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ୍‌, ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌, ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକ୍‌, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୧.୫୪ କୋଟି ଟଙ୍କା।

ସୁକିନ୍ଦା ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୩.୯୧ କୋଟି ଟଙ୍କାରେ ୭୦ଟି ପ୍ରକଳ୍ପ, କାଲିମେଳା ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୪.୪୫ କୋଟି ଟଙ୍କାରେ ୨୯୪ଟି ପ୍ରକଳ୍ପ, ବୁଗୁଡ଼ା ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୨୦୦ଟି ପ୍ରକଳ୍ପ, ନୂଆଗାଁ ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୧୫୫ଟି ପ୍ରକଳ୍ପ, ସତ୍ୟବାଦୀ ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୫.୧୬ କୋଟି ଟଙ୍କାରେ ୨୯୦ଟି ପ୍ରକଳ୍ପ, ପର୍ଜଙ୍ଗ ବ୍ଲକ୍‌ର ୨୯ଟି ପଞ୍ଚାୟତ ପାଇଁ ୫.୭୧ କୋଟି ଟଙ୍କାରେ ୨୪୦ଟି ପ୍ରକଳ୍ପ ଓ ବଣାଇ ବ୍ଲକ୍‌ର ୧୩ଟି ପଞ୍ଚାୟତ ପାଇଁ ୨.୦୬ କୋଟି ଟଙ୍କାରେ ୧୧୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ସଂପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର