ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦେଶ : ଏଣିକି ପ୍ରତି ପଞ୍ଚାୟତରେ ‘ଆମ ଗାଁ ଆମ ବିକାଶ’

ଭୁବନେଶ୍ୱର : ମାର୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ‘ଆମ ଗାଁ ଆମ ବିକାଶ’ ରାଜ୍ୟର ସବୁ ଗ୍ରାମପଞ୍ଚାୟତକୁ ସାମିଲ କରି ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରକଳ୍ପଗୁଡ଼ିକୁ ନିର୍ଧାରିତ ସମୟରେ ପୂର୍ଣ୍ଣାଙ୍ଗ କରି ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ।

ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସମୀକ୍ଷା କରିଥିଲେ। ବିଶେଷ କରି ବୃହତ୍‌ ଉଠାଜଳସେଚନ ପ୍ରକଳ୍ପର ଅଗ୍ରଗତି, ଆଗାମୀ ଖରିଫ ଚାଷ, ରବି ଫସଲ କ୍ରୟ, ଖଣିଜ ଅଞ୍ଚଳ ଉନ୍ନୟନ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା। ଓମ୍‌ବାଡ୍‌ସି ଏବଂ ଡିଏମ୍‌ଏଫ୍‌ ବିନିଯୋଗରେ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ବିକାଶ ସଂପର୍କିତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରି ୧୦ ଦିନ ଭିତରେ ମଞ୍ଜୁରି ନିମନ୍ତେ ପଠାଇବା ପାଇଁ ନିର୍ଦେଶ ଦିଆଯାଇଥିଲା। ଉଠା ଜଳସେଚନରେ ପାଇପ୍‌ ବିଛା ୮ଟି ପ୍ରକଳ୍ପ, ଫସଲ ବୀମା ଯୋଜନାରେ ଅଧିକ ସଂଖ୍ୟକ ଚାଷୀଙ୍କର ପଞ୍ଜୀକରଣ, ଅଧିକ ଅଣଋଣୀ ଚାଷୀଙ୍କୁ ସାମିଲ, ରୋଗପୋକ ଉପରେ ସତର୍କ ଦୃଷ୍ଟି, ଜିଲ୍ଲା ଓ ବ୍ଲକ ସ୍ତରରେ ବିହନ, ସାର ମହଜୁଦ୍‌ ଆଦି ସଂପର୍କରେ ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର