ଏ କି ଏକତା?

ଆମ ଘରର ହାଲଚାଲ / ସୌମ୍ୟର˚ଜନ ପଟ୍ଟନାୟକ

ଅକ୍‌ଟୋବର ୩୧ ତାରିଖ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଥିଲା। ସେହି ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ମଧ୍ୟ ଦେହରକ୍ଷୀର ଗୁଳିରେ ନିଧନ ହୋଇଥିଲା। ଆମ ସ˚ସ୍କାରରେ ଜନ୍ମ ଓ ତିରୋଧାନ ଦିବସ ପାଳନର ପରମ୍ପରା ରହିଛି। ଆମେ କିନ୍ତୁ ଏହି ଦିବସଟିକୁ କିପରି ପାଳନ କଲେ? ପରଦିନ ଖବରକାଗଜ ପୃଷ୍ଠାକୁ ଦେଖିଲେ, ଯେଉଁ ଦୃଶ୍ୟ ଆମ ନଜରକୁ ଆସୁଛି, ତାହା ଆମକୁ ଅଡୁଆ ଲାଗୁଛି। ରାଜ୍ୟ ଖବରର ମୁଖ୍ୟ ପୃଷ୍ଠାରେ ତିନିଟି ଉତ୍ସବର ବିବରଣୀ ଫଟୋଚିତ୍ର ସହ ପ୍ରକାଶ ପାଇଛି। ଗୋଟିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ସା˚ସଦ ଅପରାଜିତା ଷଡ଼ଙ୍ଗୀଙ୍କ‌ ନେତୃତ୍ବରେ ଏକତା ପାଇଁ ଦୌଡ଼ ହେଉଛି। ଆଉ ଗୋଟିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଜନସ˚ପର୍କ ପଦଯାତ୍ରାର ଉଦ୍‌ଯାପନ କରୁଛନ୍ତି, ତୃତୀୟଟିରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କ˚ଗ୍ରେସ ନେତୃମଣ୍ତଳୀ ଇନ୍ଦିରା ଗାନ୍ଧୀ ପାର୍କରେ ରାଷ୍ଟ୍ରୀୟ ସଂହତି ଓ ଏକତା ବଜାୟ ରଖିବା ପାଇଁ ସ˚କଳ୍ପ ପାଠ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରଠାରୁ ଅନେକଗୁଡ଼ିଏ ନୂଆ କଥା କରିବା ପାଇଁ ଉଦ୍ୟମ କରୁଛନ୍ତି। ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ଏ ଜାତି ଉପଯୁକ୍ତ ଶ୍ରଦ୍ଧା ଓ ସମ୍ମାନ ଜଣାଇ ନାହିଁ ବୋଲି ପ୍ରାୟଶ୍ଚିତ୍ତରେ ତାଙ୍କ ସ୍ମୃତିରେ ଗତବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ଢାଞ୍ଚାରେ ଗୁଜୁରାଟରେ ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସ୍ଥାପନ କରିଥିଲେ। ଏହା ଅତ୍ୟନ୍ତ ଆନନ୍ଦ ଓ ଗୌରବର କଥା। ଆମେ ଓଡ଼ିଆଏ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ ସର୍ଦ୍ଦାର ପଟେଲଙ୍କର ଅବଦାନକୁ କେବେ ଭୁଲି ପାରିବୁ ନାହିଁ। ସେଥିପାଇଁ ଆମେ ମଧ୍ୟ ଅନ୍ୟମାନଙ୍କ ଠାରୁ ଅଧିକ ଆନନ୍ଦିତ। ତେବେ ଆମ ବିଚାରରେ ଏହି ପ୍ରତିମୂର୍ତ୍ତିଟି ନୂଆଦିଲ୍ଲୀରେ ସ୍ଥାପିତ ହୋଇଥିଲେ ଅଧିକ ପ୍ରାସଙ୍ଗିକ ହୋଇଥାଆନ୍ତା।

ଏ ବର୍ଷ ସର୍ଦ୍ଦାର ପଟେଲଙ୍କର ଜନ୍ମଦିନକୁ ‘ଏକତା ପାଇଁ ଦୌଡ଼’ ମାଧ୍ୟମରେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ଆମେ ସ୍ବାଗତ କରୁଛୁ। ତେବେ ଏହି ଉତ୍ସବ ପାଳନ ଅବସରରେ ବିଭିନ୍ନ ଦଳର ନେତୃମଣ୍ତଳୀଙ୍କର ଆଚରଣ ଓ ଉଚ୍ଚାରଣ ଦେଖିଲେ, ଦୁଃଖ ଲାଗୁଛି। ସର୍ଦ୍ଦାର ପଟେଲଙ୍କୁ ସମ୍ମାନ ଜଣାଇବାକୁ ହେଲେ, ଅନ୍ୟ ଜଣଙ୍କୁ ଯେ ଅସମ୍ମାନ କରିବା ନିହାତି ଆବଶ୍ୟକ, ଏକଥା ଆଦୌ ବୁଝି ହେଉନାହିଁ। ଅନ୍ୟକୁ ଛୋଟ କରି ନିଜକୁ ବଡ଼ ବୋଲି କହି ବୁଲିବାର ଏକ ଅବାଞ୍ଛିତ ଅଭ୍ୟାସର ନିଶା ଆମ ନେତାମାନଙ୍କୁ କେଜାଣି କାହିଁକି ଘାରିଛି। କେନ୍ଦ୍ରମନ୍ତ୍ରୀଙ୍କର ବିବୃତି ‘ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ବିଶ୍ବରେ ୧ ନମ୍ବର ହୋଇଥାଆନ୍ତା।’ ‘୬୦ ବର୍ଷର କ˚ଗ୍ରେସ ଶାସନରେ ଯାହା ହୋଇ ନ ଥିଲା ଗତ ୬ ବର୍ଷ‌େର ମୋଦୀଙ୍କ ସରକାର ତାହା କରି ଦେଖାଇଛି’ ଆଦି ବକ୍ତବ୍ୟ ଏହି ଶ୍ରେଣୀର। ସେହିପରି ଇନ୍ଦିରା ଗାନ୍ଧୀଙ୍କର ତିରୋଧାନ ଦିବସକୁ ‘ବଳିଦାନ ଦିବସ’ ଭାବେ ଅନେକ ବର୍ଷରୁ ପାଳନ କରାଯାଇ ଆସୁଥିଲା। କ˚ଗ୍ରେସ ନେତାମାନେ ଇନ୍ଦିରାଙ୍କର ଏହି ବଳିଦାନ ରାଷ୍ଟ୍ରୀୟ ସ˚ହତି ଓ ଏକତା ପାଇଁ ସମର୍ପିତ ବୋଲି ଉଲ୍ଲେଖ କରୁଥିଲେ। ଇନ୍ଦିରାଙ୍କର ଭୁବନେଶ୍ବର ସଭାର ଶେଷ ଭାଷଣର ଗୋଟିଏ ପଙ୍‌କ୍ତି ‘ମୁଁ କାଲି ଥାଏ ବା ନ ଥାଏ, ମୋର ପ୍ରତିଟି ରକ୍ତବିନ୍ଦୁ ……’’ କଥାକୁ ଅତ୍ୟନ୍ତ ଗର୍ବର ସହିତ କହି ବୁଲୁଥିଲେ। କ˚ଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏପରି ବିବାଦର ନିଆଁରେ ନିଜ ମନ୍ତବ୍ୟ ମାଧ୍ୟମରେ ଘିଅ ଢାଳିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ‘ପଟେଲ କ˚ଗ୍ରେସର, ଏଥିରେ ବିଜେପିର କୌଣସି ବାହାଦୁରୀ ନାହିଁ। ଭାରତୀୟ ଜନତା ପାର୍ଟିର କେହି ସ୍ବାଧୀନତା ସ˚ଗ୍ରାମରେ ଭାଗ ନେଇ ନାହାନ୍ତି।’ ସ୍ବାଧୀନତା ପରେ ଜନ୍ମ ନେଇଥିବା ପ୍ରିୟଙ୍କା ମନେରଖିବା ଉଚିତ ଯେ ସ୍ବାଧୀନତା ସ˚ଗ୍ରାମ ସମୟରେ ଭାରତୀୟ ଜନତା ପାର୍ଟିର ଜନ୍ମ ହିଁ ହୋଇ ନ ଥିଲା। ସ୍ବାଧୀନୋତ୍ତୋର ଭାରତରେ ପ୍ରାୟ ସମସ୍ତ ବିରୋଧୀ ଦଳର ନେତୃମଣ୍ତଳୀ ଏକଦା କ˚ଗ୍ରେସରେ ଥାଇ, ସ୍ବାଧୀନତା ସ˚ଗ୍ରାମରେ ଭାଗ ନେଇଥିଲେ। କ˚ଗ୍ରେସ ହିଁ ଏକମାତ୍ର ଦଳ ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅହି˚ସାକୁ ପାଥେୟ କରି ସ୍ବାଧୀନତା ସ˚ଗ୍ରାମକୁ ଆଗେଇ ନେଇଥିଲା। ଆଜିର କ˚ଗ୍ରେସ ନେତାମାନଙ୍କର ସେଥିପାଇଁ ବାହାଦୁରୀ ନେବାର କିଛି ନାହିଁ। ସେହିପରି ସର୍ଦ୍ଦାର ପଟେଲ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ ହୋଇଥାଆନ୍ତା ପ୍ରଶ୍ନ କେବଳ ଅବାନ୍ତର ନୁହେଁ, ଅବାଞ୍ଛିତ ମଧ୍ୟ। ଇତିହାସରେ ବିଗତ ଦିନମାନଙ୍କ ସମ୍ପର୍କରେ କାଳ୍ପନିକ ପ୍ରଶ୍ନର ଅବକାଶ ନାହିଁ। ଅତୀତକୁ ନେଇ ଅନେକ କାଳ୍ପନିକ ପ୍ରଶ୍ନ ପଚରାଯାଇ ପାରିବ। ମୋର ଯଦି ଡେଣା ଥାଆନ୍ତା ନ୍ୟାୟରେ ସ˚ଜୟ ଗାନ୍ଧୀ ଯଦି ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରି ନ ଥାନ୍ତେ ତାହାହେଲେ ରାଜୀବ ଗାନ୍ଧୀ ଓ ରାହୁଲ-ପ୍ରିୟଙ୍କାଙ୍କ ପରି‌ବର୍ତ୍ତେ କଂଗ୍ରେସ ମଞ୍ଚରେ ଆମେ ମେନକା-ବରୁଣଙ୍କୁ ଦେଖୁଥାଆନ୍ତେ। ସୋନିଆଙ୍କ ଜାତୀୟ ଦୃଶ୍ୟପଟରେ ଆବିର୍ଭାବ ବି ହୋଇ ନ ଥାନ୍ତା। ନରେନ୍ଦ୍ର ମୋଦୀ ଯଦି ଅଟଳ ବିହାରୀ ବାଜପେୟୀଙ୍କ ରାଜଧର୍ମ କଟାକ୍ଷରେ ଅଭିମାନ କରି ଇସ୍ତଫା ଦେଇଥାନ୍ତେ, ତେବେ ଗୁଜୁରାଟ ଦଙ୍ଗା ଭିନ୍ନ ମୋଡ଼ ନେଇଥାନ୍ତା ଏବଂ ଆଜି ସେ ପ୍ରଧାନମନ୍ତ୍ରୀ ଭାବେ ଏତେ ସବୁ ନୂଆ କଥା କିପରି କରିଥାନ୍ତେ? ବିଜୁବାବୁଙ୍କର ଦେହାନ୍ତ ହୋଇ ନ ଥିଲେ, ନବୀନବାବୁଙ୍କର ମଧ୍ୟ ଆବିର୍ଭାବ ହୋଇ ନ ଥାନ୍ତା ଏସବୁ ପ୍ରଶ୍ନର କି ମୂଲ୍ୟ ଅଛି?

ବିକଳ୍ପରେ ଭିନ୍ନ ଏକ ଚିତ୍ରକୁ କଳ୍ପନା କରନ୍ତୁ। ଅକ୍‌ଟୋବର ୩୧ ତାରିଖକୁ ବଳିଦାନ ଓ ଜାତୀୟ ଏକତା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥାନ୍ତା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଇନ୍ଦିରା ପାର୍କରେ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତି ତଳେ ଏକ ସର୍ବଦଳୀୟ ସଭାର ଆୟୋଜନ କରାଯାଇଥାନ୍ତା। ସେଥିରେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ବନ୍ଧୁମାନଙ୍କ ସହ ଉପସ୍ଥିତ ଥାଆନ୍ତେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକତା ପାଇଁ ଦୌଡ଼ ଆରମ୍ଭ କରି ନିଜ ଅନୁଗାମୀମାନଙ୍କ ସହିତ ଦୌଡ଼ି ଦୌଡ଼ି ଆସି ଏହି ସଭାରେ ଯୋଗ ଦେଇଥାନ୍ତେ। ସଭାରେ ସବୁ ଦଳର ନେତୃମଣ୍ଡଳୀ ଜାତୀୟ ସଂହତି ଓ ଏକତା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥାନ୍ତେ। ସର୍ଦ୍ଦାର ପଟେଲଙ୍କର ଇନ୍ଦିରା ଗାନ୍ଧୀଙ୍କ ଭଳି ଆଉ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ମାର୍ଟ ସହର ଭୁବନେଶ୍ବରରେ ସ୍ଥାପନ କରିବା ପାଇଁ ଘୋଷଣା ହୋଇଥାନ୍ତା। ଆମେ ଗଣମାଧ୍ୟମବାଲା ଏକ ସମୟରେ ତିନି ତିନିଟି ସଭାର ଖବର ସଂଗ୍ରହ କରିବାରେ ହିନସ୍ତା ନ ହୋଇ ଗୋଟିଏ ସଭାର ଗୋଟିଏ ସୁନ୍ଦର ଫଟୋଚିତ୍ର ସହ ପ୍ରଥମ ପୃଷ୍ଠାରେ ସେଦିନର ପ୍ରଥମ ଖବର ହିସାବରେ ଛାପିଥାନ୍ତୁ। ତାହା ହିଁ ହୋଇଥାନ୍ତା ଆମ ପୂର୍ବସୂରୀମାନଙ୍କ ପ୍ରତି ପ୍ରକୃତ ସମ୍ମାନ ଓ ଆମ ଏକତାର ବଳିଷ୍ଠ ପ୍ରମାଣ। ଏକଥା କରିବ କିଏ?

ସମ୍ବନ୍ଧିତ ଖବର