ଓଡ଼ିଶାର ୪୦୦ କେନ୍ଦ୍ରରେ ଆରମ୍ଭ ହେଲା ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ – ପ୍ରବନ୍ଧ ବାର୍ଷିକ ପ୍ରତିଯୋଗିତା

ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଜି ସେପ୍ଟେମ୍ବର ୮ ତାରିଖ (ରବିବାର) ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।  ଏବେ ରାଜ୍ୟର ୪୦୦ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହୋଇଯାଇଛି। ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧୢରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ସକାଳ ୯ଟାରେ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ସକାଳ ୯ଟା ୩୦ରେ ‘ଚିତ୍ରାଙ୍କନ’ ବିଷୟ ବସ୍ତୁ ପରୀକ୍ଷା କେନ୍ଦ୍ରରେ ଘୋଷଣା କରାଯାଇଥିଲା।

ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଏବ˚ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ – ପ୍ରବନ୍ଧ ପରୀକ୍ଷା ହେଉଛି। ଏଥିରେ ଉଭୟ ଓଡ଼ିଆ ଓ ଇ˚ରାଜୀ ମାଧୢମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ପ୍ରତିଯୋଗୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ଓ ଉତ୍ତର ପେପର ଯୋଗାଇ ଦିଆଯାଇଛି। ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ଡ୍ରଇଙ୍ଗ୍‌ ସିଟ୍‌ ଯୋଗାଇ ଦିଆଯାଇଛି।ଏହି ପ୍ରତିଯୋଗିତାର ବିଶେଷତ୍ବ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ବିଚାରକମାନଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ତେଣୁ ପରୀକ୍ଷା ଶେଷ ହେବା ପରେ ପ୍ରତିଯୋଗୀମାନେ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।

ପ୍ରତିଯୋଗିତାରେ ବ୍ଲକ୍‌ ଓ ଜୋନ୍‌ ସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବନି। ସେମାନଙ୍କ ଖାତାକୁ ଦକ୍ଷ ବିଚାରକମାନଙ୍କ ଦ୍ବାରା ପୁନଃମୂଲ୍ୟାୟନ କରି ପ୍ରତି ବିଭାଗରେ ତିନି ଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଘୋଷଣା କରାଯିବ। ଏହି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୪ରେ ଆୟୋଜନ ହେବାକୁ ଥିବା ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ବିଜେତାମାନଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି

ସମ୍ବନ୍ଧିତ ଖବର