୧୫ ବର୍ଷରେ ୧୨୯୮୫ଶିବିର, ୬.୫୦ଲକ୍ଷ ୟୁନିଟ୍‌ ରକ୍ତ ସଂଗ୍ରହ

ସ୍ବେଚ୍ଛା ରକ୍ତଦାନ କ୍ଷେତ୍ରରେ ‘ଆମ ଓଡ଼ିଶା’ର ଅଭୂତପୂର୍ବ ସଫଳତା

ବାଧକ ସାଜିଲାନି କରୋନା ଭୟ
କରୋନା କଟକଣା ମାନି ଶିବିର ଆୟୋଜିତ

ଭୁବନେଶ୍ବର : ସାରା ବିଶ୍ବରେ କରୋନା ତାଣ୍ଡବ ରଚୁଥିବାବେଳେ ଲୋକେ ଘରୁ ବାହାରିବାକୁ ଭୟ କରୁଥିଲେ। କିନ୍ତୁ ରକ୍ତଦାତା ଅନ୍ୟ ଜୀବନକୁ ବଞ୍ଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇଦେଇଥିଲେ। କରୋନାର ଭୟ, ଟାଣ ଖରା, ବର୍ଷାକୁ ଖାତିର ନକରି ସ୍ବେଚ୍ଛା‌କୃତ ଭାବେ ରକ୍ତଦାନ କରିଥିଲେ। ହଜାର ହଜାର ରକ୍ତଦାତାଙ୍କ ସହଯୋଗରେ ‘ଆମ ଓଡ଼ିଶା’ ୨୦୨୦ରେ ୫୦ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର ୩୧୪ଟି ଯାକ ବ୍ଲକର ଅଗମ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ରୋଗୀଙ୍କ ଜରୁରୀ ଆବଶ୍ୟକତାକୁ ମେଣ୍ଟାଇପାରିଛି।

ଘଟଣାବହୁଳ ୨୦୨୦ରେ ରାଜ୍ୟରେ ୧୨୬୦ଟି ଶିବିରରୁ ୫୩୮୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ୨୦୦୬ ମସିହାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଗତ ୧୫ ବର୍ଷରେ ୧୨,୯୮୫ଟି ଶିବିର ଆୟୋଜିତ ହୋଇଛି। ଏଥିରୁ ୬ଲକ୍ଷ ୪୯ହଜାର ୫୮୭ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଗୋଟିଏ ସଂଗଠନ ମାଧ୍ୟମରେ ଏତେ ଅଧିକ ପରିମାଣର ରକ୍ତ ସଂଗ୍ରହ ଏକ ବିରଳ ଉପଲବ୍‌ଧି।

ରାଜ୍ୟର ୩୦ଟି ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭକ୍ତ କରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ବର ଜୋନ୍‌ରେ ସର୍ବାଧିକ ୧୭୨୯୧ ୟୁନିଟ୍‌ ସ˚ଗୃହୀତ ହୋଇଥିବା ବେଳେ କଟକ ଜୋନ୍‌ରେ ୭୮୭୮, ସମ୍ବଲପୁର ଜୋନ୍‌ରେ ୭୧୫୭, ବ୍ରହ୍ମପୁର ଜୋନ୍‌ରେ ୫୧୯୩, ଅନୁଗୁଳ ଜୋନ୍‌ରେ ୪୭୫୨, ଭୁବନେଶ୍ବର ଜୋନ୍‌ରେ ୪୨୫୩, ଜୟପୁର ଜୋନ୍‌ରେ ୩୫୮୨, ଯାଜପୁର ଜୋନ୍‌ରେ ୨୨୫୬ ଏବଂ ରାଉରକେଲା ଜୋନ୍‌ରେ ୧୪୯୨ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ବାଲେଶ୍ବର ଜିଲ୍ଲା ୮୬୮୨ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲାମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି।

ଓଡ଼ିଶାରେ ସର୍ବାଧିକ ଏକଦିବସୀୟ ରକ୍ତସ˚ଗ୍ରହ କ୍ଷେତ୍ରରେ ‘ଆମ ଓଡ଼ିଶା’କୁ ଆଉ ଏକ ବଡ଼ ସଫଳତା ମିଳିଛି। ୨୦୨୦, ଜାନୁଆରି ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ୨୦୪୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସେହିପରି କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଅଗଷ୍ଟ ୧୮ରେ ଯୁବ ସ୍ବାଭିମାନ ଦିବସ ପାଳନ ଅବସରରେ ମୋଟ ୬୩ଟି ରକ୍ତଦାନ ଶିବିରରୁ ୨୩୫୩ ୟୁନିଟ୍‌ ସ˚ଗ୍ରହ ହୋଇଥିଲା। ଅନ୍ୟପକ୍ଷ‌ରେ ଏପ୍ରିଲ ଓ ମେ ମାସରେ କରୋନା ଜନିତ ଲକ୍‌ଡାଉନ୍, ସଟ୍‌ଡାଉନ ତଥା ପ୍ରଚଣ୍ଡ ଖରା ସତ୍ତ୍ବେ କଟକରେ ‘ବିପଦର ବନ୍ଧୁ’ କାର୍ଯ୍ୟକ୍ରମ ମାଧ୍ୟମରେ ୪୭ଟି ଶିବିରରୁ ୧୨୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ୨୦୦୬ ମସିହାରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମ ଥର ପାଇଁ ଏକ ସପ୍ତାହବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୨୫ରୁ ୩୧ ତାରିଖ ମଧୢରେ ୧୮୧ ଟି ଶିବିରରୁ ମୋଟ୍‌ ୯୨୫୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ‘ରକ୍ତ ଅଭାବରୁ ଆମ ରାଜ୍ୟରେ କାହାରିକୁ ମରିବାକୁ ଦେବା ନାହିଁ’ ଲକ୍ଷ୍ୟ ନେଇ ଏହାକୁ ଏକ ନିୟମିତ କାର୍ଯ୍ୟକ୍ରମରେ ପରିଣତ କରାଗଲା। ଏଥିରେ ୨୦୦୭ରେ ୩୧୧ଟି ଶିବିରରୁ ୧୫୫୫୭ ୟୁନିଟ୍‌, ୨୦୦୮ରେ ୩୬୫ଟି ଶିବିରରୁ ୧୭୫୭୦, ୨୦୦୯ରେ ୪୭୪ଟି ଶିବିରରୁ ୨୫୨୭୩ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୦ରେ ପ୍ରଥମଥର ପାଇଁ ୫୦୦ରୁ ଅଧିକ ଶିବିର ଆୟୋଜନ ହୋଇଥିଲା। ଏହି ବର୍ଷ ୫୦୯ଟି ଶିବିରରୁ ୨୭୩୦୦ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ସେହିପରି ୨୦୧୧ରେ ୮୦୨ଟି ଶିବିରରୁ ୪୮୦୬୧ ୟୁନିଟ୍‌, ୨୦୧୨ରେ ୮୨୮ଟି ଶିବିରରୁ ୪୫୦୨୬ ୟୁନିଟ୍‌ ରକ୍ତ ସ˚ଗୃହୀତ ହୋଇଥିଲା। ୨୦୧୩ ମସିହାରେ ‘ଆମ ଓଡ଼ିଶା’ ୧୦୦୦ରୁ ଅଧିକ ଶିବିର ଆୟୋଜନ କରି ୫୦,୦୦୦ୟୁନିଟ୍‌ରୁ ଅଧିକ ରକ୍ତ ସ˚ଗ୍ରହ କରି ଦୁଇଟି ନୂଆ ରେକର୍ଡ ସ୍ଥାପନ କରିଥିଲା। ୨୦୧୩ ମସିହାରେ ୧୦୦୪ ଶିବିରରୁ ୫୨୭୯୫ ୟୁନିଟ୍‌ ସ˚ଗୃହୀତ ହୋଇଥିବାବେଳେ ୨୦୧୪ରେ ୧୦୨୬ଟି ଶିବିରରୁ ୫୨,୬୪୫ ୟୁନିଟ୍‌ ଓ ୨୦୧୬ ରେ ୧୨୨୨ଟି ଶିବିରରୁ ୫୭,୩୩୭ ୟୁନିଟ୍‌ ରକ୍ତ ସ˚ଗ୍ରହ ହୋଇଥିଲା। ୨୦୧୭ରେ ୧୪୪୪ଟି ଶିବିରରୁ ୬୫୪୪୯ୟୁନିଟ୍‌, ୨୦୧୮ରେ ୧୩୪୦ଟି ଶିବିରରୁ ୬୮୩୭୨ ୟୁନିଟ୍‌, ୨୦୧୯ରେ ୧୩୨୮ଟି ଶିବିରରୁ ୬୮,୬୫୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା।

ମୟୂରଭଞ୍ଜରୁ ମାଲକାନଗିରି, କେନ୍ଦ୍ରାପଡ଼ାରୁ ନୂଆପଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍‌, ପୌରାଞ୍ଚଳ ଓ ସହରାଞ୍ଚଳରେ ଶିବିର ଆୟୋଜନ କରି ‘ଆମ ଓଡ଼ିଶା’ ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଛି। ସାରା ଓଡ଼ିଶାର ସହରାଞ୍ଚଳ ଓ ପୁରପଲ୍ଲୀରେ ‘ଆମ ଓଡ଼ିଶା’ର ଏହି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଅକୁଣ୍ଠ ଶ୍ରଦ୍ଧା ଓ ସମର୍ଥନ ମିଳିଛି, ତଥା ରାଜ୍ୟର କୋଣ ଅନୁକୋଣରୁ ଅଗଣିତ ରକ୍ତଦାତା ଓ ସହଯୋଗୀ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧୢକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟା ସଦସ୍ୟ, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ପୃଷ୍ଠପୋଷକ, ଶୁଭେଚ୍ଛୁ ତଥା ରାଜ୍ୟର ଅଗଣିତ ରକ୍ତଦାତାଙ୍କୁ ଇଂରାଜୀ ନବବର୍ଷ ୨୦୨୧ର ଅଭିନନ୍ଦନ ଜଣାଇବା ସ˚ଗେ ସ˚ଗେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର