ପ୍ରଦୀପ ପାଣିଗ୍ରାହୀ ଓ ଓଟିଭିକୁ ଅମର ପଟ୍ଟନାୟକଙ୍କ ତାଚ୍ଛଲ୍ୟ

‘ତୁମ୍ ଭି ଫ୍ରଡ୍, ମେଁ ଭି ଫ୍ରଡ୍‌, ଭାଇ ଭାଇ’

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ସିରିଜ୍ ଟ୍ବିଟ୍‌ କରି ଶ୍ରୀ ପଟ୍ଟନାୟକ ବିଧାୟକ ପ୍ରଦୀପଙ୍କ ସମେତ ତାଙ୍କର ଏକ ସାକ୍ଷାତକାର ପ୍ରକାଶ କରିଥିବା ‘ଓଟିଭି’କୁ ତାଚ୍ଛଲ୍ୟ କରିଛନ୍ତି। ଗୋପାଳପୁର ବିଧାୟକ ଓ ଜ୍ବାଇଁ ହେବାକୁ ଯାଉଥିବା ପରିବାର ଚାର୍ଲସ ଶୋଭରାଜ(କୁଖ୍ୟାତ ‌ଲୁଟେରା) ଷ୍ଟାଇଲ୍ ଭଳି ଲୁଟ୍‌ରେ ସାମିଲ୍‌। ହେଲେ ସେମାନଙ୍କୁ ହିରୋ ଭଳି ପ୍ରଶଂସା କରୁଛି ଓଟିଭି। ସାରୁଅରେ ଅନୁସୂଚିତ ଜାତିଙ୍କ ଜମିକୁ ଓଟିଭି ଚଞ୍ଚକତା କରି ଲୁଟି ନେଇଥିବା ବେଳେ ବର୍ତମାନ ପ୍ରଦୀପ ପାଣିଗ୍ରାହୀ ଓ ପାଠକଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛି। ତୁମ୍ ଭି ଫ୍ରଡ୍, ମେଁ ଭି ଫ୍ରଡ୍‌, ଭାଇ ଭାଇ ବୋଲି ଶ୍ରୀ ପଟ୍ଟନାୟକ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର