ଅମରଙ୍କୁ ବଡ଼ଚଣାରେ ସମ୍ବର୍ଧନା

ଯାଜପୁର/ଚଣ୍ଡିଖୋଲ/ବଡ଼ଚଣା : ୨୦୧୩ ମସିହା ପାଇଁ ପଣ୍ଡିତ ନୀଳକଣ୍ଠ ଦାଶ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନୀତ ହୋଇଥିବା ବିଧାୟକ ଅମରପ୍ରସାଦ ଶତପଥୀଙ୍କୁ ଆଜି ବଡ଼ଚଣାଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବଡଚଣା ବିଜେଡି ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛତିଆର ନେଳିଆ ଛକଠାରୁ ଏକ ବିଶାଳ ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଶତପଥୀଙ୍କୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ସେଠାରେ ବିଜେଡି ବ୍ଲକ୍‌ କମିଟିର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ପ୍ରହଲ୍ଳାଦ ନନ୍ଦ, ବ୍ଲକ୍‌ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ପୂଜାରିଣୀ ବଳ, ବ୍ଲକ୍‌ ବିଜେଡି ଉପସଭାପତି ନିରଂଜନ ସେନାପତି, ପଞ୍ଚାନନ ଧଳ, ଗଣେଶ୍ୱର ବରାଳ, ସଂଜୟ କୁମାର ସ୍ୱାଇଁ, ଶାରଦା ପ୍ରସନ୍ନ ମହାନ୍ତି, ଅମର ମହାନ୍ତି, ଯଚୀନ୍ଦ୍ର ନାୟକ, ଦେବରାଜ ବେହେରା, କିଛିନା ମହାପାତ୍ର, ସୁବାସ ଚନ୍ଦ୍ର ନାୟକ, ଚାଚାଲିନ୍‌ ସ୍ୱାଇଁ ଓ ସରସ୍ୱତୀ ବେହେରା ପ୍ର୍ରମୁଖ ଯୋଗଦେଇ ବିଧାୟକ ଶ୍ରୀ ଶତପଥୀଙ୍କୁ ସମ୍ବର୍ଧିତ କରିଥିଲେ। ଶ୍ରୀ ଶତପଥୀଙ୍କ ବଳିଷ୍ଠ ନେନୃତ୍ୱ ବଡ଼ଚଣାର ବିକାଶ ଓ ନିର୍ବାଚନ ମଣ୍ଡଳୀର ସମ୍ମାନ ବୃଦ୍ଧିରେ ସହାୟକ ହେଉଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଚଣ୍ଡିଖୋଲ ପ୍ରେସ୍‌ କ୍ଲବ୍‌, ଚଣ୍ଡିଖୋଲ ବାର୍‌ ଆସୋସିଏସନ୍‌, ଟ୍ରକ୍‌ ମାଲିକ ସଂଘ, ବସ୍‌ ମାଲିକ ସଂଘ, ଟ୍ରେକ୍‌ର ମାଲିକ ସଂଘ, ବାଲିଚନ୍ଦ୍ରପୁର ପ୍ରେସ୍‌ କ୍ଲବ୍‌, ମହିଳା ସଂଗଠନ, ଚଣ୍ଡିଖୋଲ ବଣିକ ସଂଘ ଓ ଅସ୍ଥାୟୀ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନଙ୍କ ସହିତ ବହୁ ପଞ୍ଚାୟତ ପ୍ରତିନିଧି ଆଜି ସମ୍ବର୍ଧନା ଉତ୍ସବରେ ବିଧାୟକ ଶ୍ରୀ ଶତପଥୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଧିତ କରିଥିଲେ।

ସମ୍ବର୍ଧନାର ଉତ୍ତରରେ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ କହିଥିଲେ ଯେ, ବଡ଼ଚଣା ବିକାଶ ପଥରେ ଆଗେଇ ଚାଲିଛି। ଚଣ୍ଡିଖୋଲ ବିକାଶ କେନ୍ଦ୍ର ପାଲିଟିଛି। କେହିି ଅପରାଧୀ କିମ୍ବା ଗ୍ୟାଙ୍ଗ୍‌ଷ୍ଟରଙ୍କ ସହିତ ମୋର କୌଣସି ଲିଙ୍କ୍‌ ନାହିଁ। ବଡ଼ଚଣାବାସୀଙ୍କ ସହିତ ମୋର ଅତୁଟ ସଂପର୍କ ରହିଛି। ସେମାନଙ୍କ ସହିତ ମୋର ହୃଦୟର ବନ୍ଧନ ରହିଛି। ଯେଉଁ ସଂପର୍କ କି କେହି ବି କେବେ କାଟିପାରିବେ ନାହିଁ ବୋଲି ସେ କହିଥିଲେ। ଶ୍ରୀ ଶତପଥୀ ପୁରସ୍କାର ବାବଦରେ ପାଇଥିବା ୧ଲକ୍ଷ ଟଙ୍କାକୁ ଚେକ୍‌ ଆକାରରେ ସେ ଆଜି ସମିଆଁର ନେସନ ଅନାଥାଶ୍ରମର ପ୍ରଦ୍ୟୁମ୍ନ ପାତ୍ରଙ୍କୁ ପ୍ରଦାନ କରିଥିଲେ। ଶେଷରେ ପବନେଶ୍ୱର ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର