କୋଣାର୍କ ଦେଖିଲେ ତିନି ଦେଶର ରାଷ୍ଟ୍ରଦୂତ

କୋଣାର୍କ : କୋଷ୍ଟାରିକା, ପାରାଗୁଏ ଓ ଇକ୍ୟୁଏଡ୍‌ର ରାଷ୍ଟ୍ରଦୂତ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ଏହି ତିନି ଦେଶର ରାଷ୍ଟ୍ରଦୂତ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ବିମୋହିତ ହୋଇଥିଲେ।

କୋଷ୍ଟାରିକା ରାଷ୍ଟ୍ରଦୂତ ପ୍ରଫେସର କ୍ଲାଉଡିଓ ଆନସୋରେନା ମଣ୍ଟେରୋ, ପାରାଗୁଏ ରାଷ୍ଟ୍ରଦୂତ ଫ୍ଲେମିଂ ରାୟୁଲ ଦୁରାଟେ ରାମୋସ, ଇକ୍ୟୁଏଡ୍‌ର ରାଷ୍ଟ୍ରଦୂତ ହେକ୍ଟର କ୍ୟୁଭା ଜାକୋମେ ଆଜି କୋଣାର୍କ ପରିଦର୍ଶନରେ ଆସିଥିଲେ। କୋଣାର୍କରେ ପହଞ୍ଚିବା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଭୁବନେଶ୍ବରରୁ ଆସିଥିବା ସ୍ବତନ୍ତ୍ର ଗାଇଡ୍‌ ବିଜୟ ପଣ୍ଡା ରାଷ୍ଟ୍ରଦୂତମାନଙ୍କୁ ମନ୍ଦିର ସଂକ୍ରାନ୍ତ ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ରା‌ଷ୍ଟ୍ରଦୂତମାନେ ଉତ୍କଳୀୟ କଳାଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଆସନ୍ତା ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଅନୁଷ୍ଠିତ ହେବାକୁ ଥିବା କୋଣାର୍କ ଉତ୍ସବରେ ଏମାନେ ଯୋଗଦେବା ପାଇଁ ଏହି ଅବସରରେ ସ୍ବୀକୃତି ଦେଇଥିଲେ ।

ସମ୍ବନ୍ଧିତ ଖବର