ଭୁବନେଶ୍ୱର : ରାଷ୍ଟ୍ର ନିର୍ମାତା ଭାରତରତ୍ନ ଡ. ବାବାସାହେବ ଭୀମ୍ ରାଓ ରାମଜୀ ଆମ୍ବେଦକରଙ୍କ ପବିତ୍ର ୧୨୭ତମ ଜନ୍ମ ଦିବସକୁ ଭାରତୀୟ ବ୍ୟବସ୍ଥାରେ ମହାଗଣପର୍ବ ଭାବରେ ପାଳନ କରିବାକୁ ମହାନ ଆଦିବାସୀ ଓ ଦଳିତ ପରିବାର ପକ୍ଷରୁ ଆହ୍ଵାନ ଦିଆଯାଇଛି। ରାଜ୍ୟର ସମସ୍ତ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ, ଆଇନଜୀବୀ ଓ ଛାତ୍ରଛାତ୍ରୀ ଏଥିରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଉକ୍ତ ଦିବସରେ ଡ. ଆମ୍ବେଦକରଙ୍କ ଫଟୋଚିତ୍ରକୁ ନିଜ ବାସଭବନରେ ରଖି ସେଥିରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ଏହି ଯୁଗ ପୁରୁଷଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିବସଟିକୁ ଦେଶ ଓ ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ମହାଗଣପର୍ବ ଭାବେ ସ୍ୱୀକୃତି ପ୍ରଦାନ କରାଯିବାକୁ ସଂଗଠନ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି।
ଆମ୍ବେଦକରଙ୍କ ଜୟନ୍ତୀକୁ ମହାଗଣପର୍ବ ଭାବେ ପାଳନ କରିବାକୁ ଆହ୍ଵାନ
/sambad/media/post_attachments/wp-content/uploads/2018/04/ambed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)