ଫୁଲବାଣୀ :କନ୍ଧମାଳ ମୂଳ ନିବାସୀଙ୍କ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ.ଆମ୍ବେଦକରଙ୍କ ତିରୋଧାନ ଦିବସ ଆଜି ପାଳିତ ହୋଇ ଯାଇଛି। ଫୁଲବାଣୀସାହିସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଯାଇଥିଲା। ଲମ୍ବୋଦର କହଁର ଆମ୍ବେଦକରଙ୍କ ସ୍ମୃତିଚାରଣ କରିବା ସହ କନ୍ଧମାଳର ବିଭିନ୍ନ ସମସ୍ୟା ଉପରେ କହିଥିଲେ। ସରକାର ଓ ପ୍ରଶାସନ କନ୍ଧମାଳ ମୂଳ ନିବାସୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ପ୍ରତିବାଦର ସ୍ବର ଜୋରଦାର ହେବ ବୋଲି ସେ କହିଥିଲେ। ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି ହୋଇ ଆସୁଅଛି। ହେଲେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉ ବୋଲି ସେ ଦାବି କରିଥିଲେ। କାଦମ୍ବରୀ କହଁର,ଡ.ସୋମନାଥ ବାଘ,ଶରତ ସାହାଣୀ, ବଟକୃଷ୍ଣ ପ୍ରଧାନ,ଆଦିତ୍ୟ ସାହାଣୀ,ଯୋଗେଶ ଚନ୍ଦ୍ର ଦିଗାଲ, ସୁରଞ୍ଜନ ନାୟକ,ଯୁଧିଷ୍ଟିର ସାହୁ,ମହେନ୍ଦ୍ର ଦିଗାଲ,ତ୍ରିନାଥ ମାଝିଙ୍କ ସମେତ ବହୁ ବିଶିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ଫୁଲବାଣୀରେ ଆମ୍ବେଦକରଙ୍କ ତିରୋଧାନ ଦିବସ : ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ପ୍ରତିମୂର୍ତ୍ତି ନିର୍ମାଣ ଦାବି
/sambad/media/post_attachments/wp-content/uploads/2020/12/plbdcm6-ambedkar-nja-tirodhana-divas.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)