ବଲାଙ୍ଗୀର/ଟିଟିଲାଗଡ଼: ଆସିଲାନି ଆମ୍ବୁଲାନ୍ସ। ରାସ୍ତା କଡ଼ରେ ପ୍ରସୂତି ଜନ୍ମ ଦେଲେ ଯାଆଁଳା ଶିଶୁପୁତ୍ର। ଏହା ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାରୁ ପ୍ରକାଶ ଯେ, ଟିଟିଲାଗଡ଼ ସହରରୁ ମାତ୍ର ୨ କିମି ଦୂରରେ ରହିଥିବା କୁମୁଡା ଗାଁର ଜଣେ ଦିନ ମଜୁରିଆଙ୍କ ଗର୍ଭବତୀ ସ୍ତ୍ରୀ ବିନ୍ଦିଆ ଶବର (୨୦) ଙ୍କ ପ୍ରସବ ବେଦନା ହେବା ପରେ ତାଙ୍କ ସ୍ୱାମୀ ଏନେଇ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ତଥା ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିବାରୁ ୩୫ କିମି ଦୂରରେ ଥିବା ସଇନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ପାଇଁ କୁହାଯାଇଥିଲା। ହେଲେ ସଇନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସହ ବାସନ୍ତୀଙ୍କ ପ୍ରସବ ବେଦନା ଅଧିକ ହୋଇଥିଲା। ତାଙ୍କ ସମ୍ପର୍କୀୟମାନେ ବେଡ୍ସିଟ ଢ଼ାଙ୍କି ପ୍ରସବ କରାଇଥିଲେ।
ଆସିଲାନି ଆମ୍ବୁଲାନ୍ସ: ରାସ୍ତାକଡ଼ରେ ଯାଆଁଳ ଶିଶୁ ଜନ୍ମଦେଲେ ମହିଳା
/sambad/media/post_attachments/wp-content/uploads/2023/09/5sf4h6546fssfhsfh.jpg)