ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ, ୫କିମି ଖଟିଆରେ ବୁହା ହେଲେ ରୋଗୀ

ନାକଟିଦେଉଳ: ଗାଁ’କୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ୫ କିମି ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ ଆସିଲେ ରୋଗୀ। ଏଭଳି ଏଭ ଅଭାବନୀ ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଞ୍ଚାୟତ ବଡବିଲ ଗ୍ରାମରେ। ପ୍ରାପ୍ତ ସୂଚନାନୁସାରେ ବଡ଼ବିଲ ଗ୍ରାମର ବିରଞ୍ଚି ଦେହୁରୀ (୩୮) ଚାଷ କରିବାକୁ ବିଲକୁ ଯାଇଥିଲେ। ତେବେ ସେଠାରେ ହଳ କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।

ଗ୍ରାମବାସୀ ୧୦୮ ଆମ୍ବୁଲାନସ୍‌କୁ ଫୋନ୍ କରିଥିଲେ। ଆମ୍ବୁଲାନସ୍ ଆସିଲା କିନ୍ତୁ ଗାଁକୁ ଯିବାକୁ ଭଲ ରାସ୍ତା ନ ଥିବାରୁ ୫ କିମି ଦୂର ଝାଟୁକିମାଳଠାରେ ଅଟକି ରହିଲା। ଏହା ଜାଣିବା ପରେ ଗ୍ରାମବାସୀ ବିରଞ୍ଚିଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୫ କିମି ନାଳ ପାର କରି ଟାଟୁକିମାଳକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ବିରଞ୍ଚିଙ୍କୁ ମୃତ ଘୋଷଣା କରିଥିଲେ। ଗାଁ’କୁ ଭଲ ରାସ୍ତା ଥିଲେ ବିରଞ୍ଚିଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ସରକାର ଗ୍ରାମର ବିକାଶ ପାଇଁ ବହୁ ଯୋଜନା କରୁଥିଲେ ହେଁ ଏବେ ବି ଅନେକ ଗାଁ’କୁ ରାସ୍ତା ନାହିଁ। ଯାହା ଫଳରେ ଜୁରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ମୃତ୍ୟୁ ଘଟିଛି

ସମ୍ବନ୍ଧିତ ଖବର