ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା। ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇଛନ୍ତି ଗର୍ଭବତୀ। ଫିରିଙ୍ଗିଆ ବ୍ଲକ୍ ପାଙ୍ଗା ପଞ୍ଚାୟତର ଉପାନ୍ତ ଗାଁ ସବେରୀରୁ ଏଭଳି ଏକ ଘଟଣା ସାମନାକୁ ଆସିଛି। ସୂଚନାନୁସାରେ, ପୁଷ୍ପଲତା ବେହେରାଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଆଶାକର୍ମୀ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। କିନ୍ତୁ ଗାଁରେ ଏକ ନାଳ ରହିଥିବାରୁ ଆମ୍ବୁଲାନ୍ସ ପହଞ୍ଚିବା ସମ୍ଭବପର ହୋଇ ପାରି ନଥିଲା। ଫଳରେ ଚାଳକ ଜିତୁ ମାଝୀ ଆମ୍ବୁଲାନ୍ସକୁ ରଖି ନିଜେ ନାଳ ପାର ହୋଇ ଗାଁକୁ ଯାଇଥିଲେ।
ଗ୍ରାମବାସୀଙ୍କ ସହ ମିଶି ଖଟିଆରେ ପୁଷ୍ପଲତାଙ୍କୁ ବୋହି ଏକ କିଲୋମିଟର ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ପୁଷ୍ପଲତାଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଉଭୟ ମାଆପୁଅ ସୁସ୍ଥ ଅଛନ୍ତି। ଚାଳକଙ୍କ ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି। ସୂଚନାଥାଉକି, ଫିରିଙ୍ଗିଆ ବ୍ଲକ୍ର ଏଭଳି ଅନେକ ଉପାନ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥିବାରୁ ରୋଗୀ ଏବଂ ଗର୍ଭବତୀ ହନ୍ତସନ୍ତ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/13/zdhfshfsxvbbvbv-2025-11-13-00-32-34.jpg)