ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଗୁରୁଣ୍ଡିଆ ବ୍ଲକ୍ର ଦନ୍ତା ଗ୍ରାମରେ ଜନୈକ ଯୁବକ ମାନନ୍ତା ମୁଣ୍ଡାରୀ (୩୪)ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ମାନନ୍ତା ଗାଈଚରାଇ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇ ଟଳି ପଡ଼ିଥିଲେ। ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। କିନ୍ତୁ ମଝିରେ ନାଳ ଥିବାରୁ ସେହିସ୍ଥାନକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା।
ଫଳରେ ଆମ୍ବୁଲାନ୍ସ କର୍ମଚାରୀ ତିନି କିଲୋମିଟର ଚାଲିଚାଲି ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ଗୁରୁତର ମାନନ୍ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଷ୍ଟ୍ରେଚରରେ ବୋହି ଆଣିଥିଲେ। ନାଳରେ ପାଣି ବଢ଼ିଥିବାରୁ ବହୁତ କଷ୍ଟରେ ପାର କରିଥିଲେ। ମାନନ୍ତାଙ୍କୁ ନିକଟସ୍ଥ ସରସରା ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସରସରା ଡାକ୍ତରଖାନାରୁ ଖବରପାଇ ବଣାଇ ପୁଲିସ ଶନିବାର ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/20/fshhfhfxvbbv-2025-07-20-01-41-02.jpg)