ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁରମାର, ଡ୍ରାଇଭର ସମେତ ୩ ଆହତ

ଆଳି:କଟକରୁ ଜନୈକା ମୃତ ମହିଳାଙ୍କୁ ନେଇ ଫେରୁଥିବା ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟାଇ ଚୁରମାର ହୋଇଯାଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ।

ପ୍ରାପ୍ତ ସୂଚନା ଅନୁଯାୟୀ, କଟକରୁ ମତ୍ତୋ,ଦିଗୋଛିଆ ଅଭିମୁଖେ ଫେରୁଥିବା ଏହି ଆମ୍ବୁଲାନ୍ସଟି କଟକ-ଚାନ୍ଦବାଲି ରାସ୍ତାର ଆଳି ଡାକବଙ୍ଗଳା ଛକରେ ଭାରସାମ୍ୟ ହରାଇ ରାସ୍ତା ଉପରୁ ୫ ଫୁଟ ତଳକୁ ଖସି ଯାଇଥିଲା। ଫଳରେ ଦ୍ରୁତଗାମୀ ଆମ୍ବୁଲାନ୍ସଟି ଦୁଇ/ତିନିଥର ପଲଟିବା ପରେ ଚୁରମାର ହୋଇଯାଇଛି। ଖବର ପାଇବା ପରେ ଆଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିବାର ଖବର ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଉଠିଥିଲେ। ପୁଲିସ୍ ସେମାନଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର

Comments are closed.