ରେଳଫାଟକ ୪୫ ମିନିଟ୍‌ ବନ୍ଦ ଯୋଗୁଁ ଅଟକି ରହିଲା ଆମ୍ବୁଲାନ୍ସ

ଡାକ୍ତରଖାନା ପହଞ୍ଚି ନପାରି ଗୁରୁତର ନାବାଳିକା ମୃତ, କିଛି ଘଣ୍ଟା ପରେ ମାଆ ବି ଚାଲିଗଲେ

କେସିଙ୍ଗା/ବେଲଖଣ୍ଡି : ରେଳଫାଟକ ୪୫ ମିନିଟ୍‌ ବନ୍ଦ ଯୋଗୁ ଆମ୍ବୁଲାନ୍ସ ପହଞ୍ଚିପାରିଲାନି। ଫଳରେ, ସାପ କାମୁଡ଼ାରେ ଗୁରୁତର ଜଣେ ନାବାଳିକା ହସ୍ପିଟାଲରେ ପହଞ୍ଚି ପାରିଲେନି। ଫଳରେ, ତାଙ୍କର ମୃତ୍ୟୁ ହୋଇଯାଇଛି। ଅପରପକ୍ଷେ, ଏହାର କିଛି ସମୟ ପରେ ସାପ କାମୁଡ଼ାରେ ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ ନାବାଳିକା ‌େହଲେ, କେସିଙ୍ଗା ବ୍ଲକ ବେଲଖଣ୍ଡି ଗ୍ରାମର ଖଗେଶ୍ବର ବାଗଙ୍କ ଝିଅ ରେଖା ବାଗ (୭)। ପରିବାର ଲୋକଙ୍କ କହିବାନୁସାରେ, ‌େରଖା ଓ ତାଙ୍କ ମା’ କ୍ଷର ଶୋଇଥିବାବେଳେ ଉଭୟଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସକାଳେ ବେଲଖଣ୍ଡିରୁ କେସିଙ୍ଗାକୁ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ହେଲେ ସକାଳ ୭ଟା ୧୫ମିନିଟରୁ ୮ଟା ପର୍ଯ୍ୟନ୍ତ ରେଳଫାଟକ ବନ୍ଦ ରହିଥିବାରୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ଡାକ୍ତରଖାନା ପହଂଚିଲା ପରେ ରେଖାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚିଥିଲେ ହୁଏତ ରେଖା ବଞ୍ଚି ଯାଇଥାନ୍ତା ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି।

The Craven Herald

ଅନ୍ୟପକ୍ଷରେ, କ୍ଷୀରଙ୍କୁ ସାପ କାମୁଡ଼ିଥିବା ବିଷୟରେ ସେମାନେ ଜାଣି ପାରି ନଥିଲେ। ଝିଅର ମୃତ୍ୟୁରେ ସେ ଭାଙ୍ଗିପଡ଼ି ଅସୁସ୍ଥ ହୋଇଥିବା ଅନୁମାନ କରିଥିଲେ। ଡାକ୍ତରଖାନାରେ ଡାକ୍ତର ସାଲାଇନ ଦେଇ ତାଙ୍କୁ ପଠାଇ ଦେଇଥିଲେ। ଫଳରେ ଘରେ ପହଞ୍ଚିବା ପରେ ରାତି ୧୨ଟାରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବରଗଡ଼-ବୋରିଗୁମା ଜତୀୟ ରାଜପଥ ୨୬ କେସିଙ୍ଗା ଠାରେ ଏହି ରେଳ ଫାଟକ ରହିଛି ଯାହା ଦିନକୁ ୨୪ ଘଣ୍ଟାରୁ ୧୬ ଘଣ୍ଟା ବନ୍ଦ ରହିଥାଏ। ଏହି ସମୟରେ ଯେତେ ଗୁରୁତର ରୋଗୀ ଆସିଲେ ବି ତାକୁ ଅଟକିବାକୁ ପଡ଼େ। ଯାହା ଗତକାଲି ଘଟଣାରେ ଅନ୍ୟଥର ଭଳି ଘଟିଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର