ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଂଗରୋଧ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ :  ରାଜ୍ୟ ସରକାର ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ସଙ୍ଗରୋଧ ବା କ୍ବାରାଣ୍ଟାଇନ  ନୀତିରେ କେତେକ ସଂଶୋଧନ କରିଛନ୍ତି । ସଂପୂର୍ଣ୍ଣ ଡୋଜ୍ (୨ଟି ଡୋଜ୍ ) କରୋନା ଟିକା ନେଇଥିବା ସ୍ବାସ୍ଥ୍ୟ କର୍ମୀମାନେ ଏକ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫ ଦିନ ସେବା ଯୋଗାଇବାପରେ ତାଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ । ଉକ୍ତ ସ୍ବାସ୍ଥ୍ୟ କର୍ମୀ ନିଜର ସ୍ବାଭାବିକ କାର୍ଯ୍ୟ କରିଚାଲିବେ ।

ତେବେ ସେବାରେ ନିୟୋଜିତ ଥିବାବେଳେ ଯଦି କୌଣସି  ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ଅଲଗା ରଖାଯିବା ସହ ପରୀକ୍ଷା କରାଯିବ ଓ ତା ସହିତ ସଂକ୍ରମଣ ରୋକିବାକୁ ଅନ୍ୟ ନିୟମାବଳୀ ଅନୁସରଣ କରାଯିବ ।

କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଏସଓପି ଅନୁଯାୟୀ ସବୁ ପ୍ରକାରର ଗାଇଡଲାଇନ ପାଳନ କରାଯିବ । ପୁରୁଣା  କ୍ବାରଣ୍ଟାଇନ ନୀତି ଅନୁଯାୟୀ ଏକ ସଂପୂର୍ଣ୍ଣ ରିଜର୍ଭ ବ୍ୟାଚ୍ ପ୍ରସ୍ତୁତ ରଖାଯାଉଥିବାବେଳେ ଏଥର ସେପରି କରିବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର