ଯୁକ୍ତ୩ ସ୍ପଟ୍‌ ନାମଲେଖା ନିର୍ଦେଶାବଳୀରେ ସଂଶୋଧନ

ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ସ୍ନାତକ ପାଠ୍ୟକ୍ରମର ସ୍ପଟ୍‌ ନାମଲେଖା ପାଇଁ ଥିବା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ତଥା ଅଗଷ୍ଟ ୧୧ରୁ ସେପ୍ଟେମ୍ବର ୧ ମଧ୍ୟରେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦା‌ଖଲ କରିଥିବା ଛାତ୍ରଛାତ୍ରୀ ସ୍ପଟ୍‌ ନାମଲେଖା ଲାଗି ଆବେଦନ କରିବାକୁ ଯୋଗ୍ୟ। ପ୍ରାର୍ଥୀମାନେ ସେମାନଙ୍କ ୟୁଜର ନାମ ଓ ପାସ୍‌ୱାର୍ଡ ବ୍ୟାବହାର କରି ଲଗ୍‌ ଇନ୍‌ କରିବା ସହ ୫ଟି କଲେଜ/ଅନର୍ସ ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀ ୫ଟି ଚଏସ୍‌ ଦେଇଥିଲେ ମଧ୍ୟ ତାଙ୍କୁ କେବଳ ଗୋଟିଏ ଚଏସ୍‌(ବିଷୟ/କଲେଜ) ପାଇଁ ସୁଯୋଗ ମିଳିବ। କେଉଁ କଲେଜରେ କେତେ ସଂଖ୍ୟକ ସିଟ୍‌ ଖାଲି ରହିଛି ତାହା www.samsodisha.gov.in ମାଧ୍ୟମରେ ଉପଲବ୍ଧ ହେବ। ସଂରକ୍ଷଣ ଓ ୱେଟେଜ୍‌ ସହ ମେରିଟ୍‌ ଆଧାରରେ ସ୍ପଟ୍‌ ନାମଲେଖା କରାଯିବ। ସାମ୍‌ସ ୱେବସାଇଟ୍‌ରେ ଏସମ୍ପର୍କରେ ସବିଶେଷ ତଥ୍ୟ ଉପଲବ୍ଧ ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ ସରକାରୀ/ବେସରକାରୀ ଡିଗ୍ରି କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର