ଓଡ଼ିଶା ଖଣିଜ ପଦାର୍ଥ ଅଧିନିୟମରେ ପରିବର୍ତ୍ତିତ ସଂଶୋଧନ

ଭୁବନେଶ୍ବର : ଓଡ଼ିଶା ଖଣିଜ ପଦାର୍ଥ (ଚୋରି, ଚୋରା ଚାଲାଣ, ବେଆଇନ କାରବାର ନିରାକରଣ ଏବଂ ଦଖଲ ମହଜୁଦକରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ) ଅଧିନିୟମ ୨୦୦୭ରେ ପରିବର୍ତ୍ତିତ ସଂଶୋଧନକୁ ଆଜି ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରି ପ୍ରଦାନ କରିଛନ୍ତି। ପୂର୍ବ ଅନୁମୋଦିତ ସଂଶୋଧିତ ପ୍ରସ୍ତାବରେ ଅଧିନିୟମର ଧାରା ୧୦ର ଉପଧାରା ୧୫ରେ ସମ୍ୟକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତାହାକୁ ସଂଶୋଧିତ ଅଧିନିୟମ ୨୦୨୧ର ଗେଜେଟ୍‌ ‌ବିଜ୍ଞପ୍ତି ପୂର୍ବରୁ ବାଦ ଦିଆଯିବା ସହ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ସ୍ବତନ୍ତ୍ର କ୍ଷମତା ଅକ୍ଷୁର୍ଣ୍ଣ ରଖାଯାଇଛି। ଏହି ସଂଶୋଧିତ ଅଧିନିୟମ ଖଣି କାରବାରକୁ ଅଧିକ ସ୍ବଚ୍ଛଳ ଓ ସୁବ୍ୟବସ୍ଥିତ କରିବା ସହିତ ଅଧିକ ଖଣି ରାଜସ୍ବ ଆଦାୟ, ଚୋରା ଖଣି କାରବାରକୁ ରୋକିବା ଏବଂ ସରକାରୀ ଅର୍ଥର ବାଟମାରଣାକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର