ଭଦ୍ରକ: ଜାତୀୟ ରାଜପଥ ନମ୍ବର ୧୬ ନିକଟସ୍ଥ ଭଦ୍ରକ ନୂଆ ବସଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ କୁକୁର କବଳରୁ ବଞ୍ଚି ଯାଇଥିବା ନବଜାତ ଶିଶୁକନ୍ୟାକୁ ଶୁକ୍ରବାର ଆମେରିକାର ଦଂପତ୍ତି ପୋଷ୍ୟସନ୍ତାନ ରୂପେ କୋଳେଇ ନେଇଛନ୍ତି। ବର୍ଷ ୨୦୧୨ ଫେବ୍ରୁଆରି ୧୮ ଭୋର ସକାଳୁ କଇଁ କଇଁ ହୋଇ କାନ୍ଦୁଥିବା ନବଜାତ ଶିଶୁକନ୍ୟା ବିମାନରେ ଆମେରିକା ଯିବ। ସେଠାରେ ଶିଳ୍ପପତିଙ୍କ ଏକମାତ୍ର ଝିଅ ଭାବେ ପରିଚୟ ସୃଷ୍ଟି କରିବ। ସିନେମାର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଘଟଣା ହେଉଛି ନିଚ୍ଛକ ସତ୍ୟ। ଭଦ୍ରକରେ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ସେଦିନର ଘଟଣା...
ବର୍ଷ ୨୦୧୨ ଫେବ୍ରୁଆରି ୧୮ ଭୋର ସକାଳୁ ଅଳିଆ ଗଦାରେ କୁକୁରଟିଏ ଏକ ନବଜାତ ଶିଶୁକନ୍ୟାକୁ ଝୁଣି ଝୁଣି ଖାଉଥିଲା। କୁକୁରଟି ନବଜାତର ଡାହାଣ ହାତକୁ ଖାଇ ଦେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସହରର ଜଣେ ଯୁବ ସାମ୍ବାଦିକ ଶାନ୍ତନୁ ପଣ୍ଡା ପ୍ରଥମେ ଏହି ଘଟଣାକୁ ଦେଖିଥିଲେ। ସେ କୁକୁର ଠାରୁ ନବଜାତ ଶିଶୁକୁ ବଞ୍ଚାଇ ପୋଲିସକୁ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ପରେ ଶିଶୁଟିକୁ ଶିଶୁ ଅନୁଷ୍ଠାନ ‘ବାତ୍ସଲ୍ୟ’ରେ ରଖାଯାଇଥିଲା।
/sambad/media/post_attachments/wp-content/uploads/2018/07/aparajita1-300x204.jpg)
ସଂକ୍ଷେପରେ ଆମେରିକୀୟ ଦଂପତ୍ତି...
ଆମେରିକୀୟ ଦଂପତ୍ତି ମାଥେଦ୍ରେମସ ସ୍ପୋଡା(୨୯) ଓ ମେରିଡିଥ କାୟ ସ୍ପୋଡା(୩୦) ବ୍ୟବସାୟ କରନ୍ତି। ସେମାନଙ୍କ ୨ଟି ପୁଅ ଥିଲେ ମଧ୍ୟ ଗୋଟିଏ ଝିଅ ଚାହୁଁଥିଲେ। ଶିଳ୍ପପତି ଦଂପତ୍ତି ଚାହୁଁଥିଲେ ଯେ, ଯେକୌଣସି ସ୍ଥାନରେ ଗୋଟିଏ ଝିଅ ମିଳିଗଲେ ପୋଷ୍ୟସନ୍ତାନ କରିବେ। ଏଥି ପାଇଁ ସେମାନେ ଇଣ୍ଟରନେଟ୍ର ସାହାରା ନେଇଥିଲେ। ସେମାନେ ୩ ମାସ ତଳେ ‘କାରା’ ସହିତ ଯୋଗାଯୋଗ କରି ଭଦ୍ରକ ଆସିଥିଲେ ଓ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଅପରାଜିତାକୁ ଗ୍ରହଣ କରିଛନ୍ତି। ପୋଷ୍ୟସନ୍ତାନ ଗ୍ରହଣ କରିବା ପରେ ଦଂପତ୍ତି କହିଛନ୍ତି, ଅପରାଜିତାକୁ ଆମେ ତୃତୀୟ ସନ୍ତାନ ପରି ଦେଖିବୁ। ସେ ଆମର ତୃତୀୟ ଅଧିକାରିଣୀ ହେବ।
‘ବାତ୍ସଲ୍ୟ’ ଶିଶୁ ଯତ୍ନ ଅନୁଷ୍ଠାନରେ ଦିନ କାଟୁଥିବା ୬ ବର୍ଷର ଅନାଥ ଶିଶୁ ‘ଅପରାଜିତା’କୁ ଆମେରିକାର ଦଂପତ୍ତି ମାଥେଦ୍ରେମସ ସ୍ପୋଡା(୨୯) ଓ ମେରିଡିଥ କାୟ ସ୍ପୋଡା(୩୦) ପୋଷ୍ୟ ସନ୍ତାନ ରୂପେ ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଛନ୍ତି। ଏକ ପରିତ୍ୟକ୍ତ ସ୍ଥାନରୁ କୁକୁର ମୁହଁରୁ ବର୍ତ୍ତି ଯାଇଥିବା ସେଦିନର ଦିବ୍ୟାଙ୍ଗକୁ ଉଦ୍ଧାର କରାଯାଇ ଭଦ୍ରକ ଶିଶୁ ଅନୁଷ୍ଠାନ ‘ବାତ୍ସଲ୍ୟ’ରେ ରଖାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟା ପାଇଁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଶେଷରେ ଏସ୍.ଆର.ଏମ୍ କେନ୍ଦୁଝର ପୋଷ୍ୟସନ୍ତାନ ଗ୍ରହଣ ସଂସ୍ଥା ସହ ଯୋଗାଯୋଗ କରି ପୋଷ୍ୟସନ୍ତାନ ଗ୍ରହଣ ପାଇଁ ସମ୍ଭାବ୍ୟ ପୋଷ୍ୟାଗ୍ରାହୀ ଦଂପତ୍ତିକୁ ‘କାରା (କେନ୍ଦ୍ରୀୟ ପୋଷ୍ୟସନ୍ତାନ ସଂଶୋଧନ ସଂସ୍ଥା)’ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିଲେ। ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆଜି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ, ବାତ୍ସଲ୍ୟର ସଂପାଦିକା ନମିତା ବଳ, ଶିଶୁ ସୁରକ୍ଷା ୟୁନିଟର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ ଆମେରିକା ଦଂପତ୍ତି ଅପରାଜିତାକୁ ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/aparajita.jpg)