ରାଜ୍ୟରେ ଆମେରିକୀୟ ଟିମ୍‌, ନିର୍ବାଚନ ସ୍ଥିତି ଅନୁଧ୍ୟାନ କରୁଛନ୍ତି

ସମ୍ବଲପୁର : ଅନ୍ୟ ବର୍ଷ ଭଳି ୨୦୧୯ ସାଧାରଣ ନିର୍ବାଚନ ଉପରେ ମଧ୍ୟ ଆମେରିକାର ନଜର ରହିଛି। ଆମେରିକାର ଏକ ଟିମ୍‌ ସମ୍ବଲପୁର ବିଶ୍ବବିଦ୍ୟାଳୟ ଗସ୍ତରେ ଆସି ୨୦୧୯ ନିର୍ବାଚନ ଓ ଓଡ଼ିଶାର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। କେବଳ ଏହା ନୁହେଁ ବରଂ ଭୋଟରଙ୍କ ମାନସିକତା କିଭଳି ରହିଛି ସେ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, ଏହି ପ୍ରତିନିଧି ଦଳ ଭୋଟ ପ୍ରତି ଲୋକେ କେତେ ସଚେତନ, କେଉଁ ରାଜ‌ନୈତିକ ଦଳ ପ୍ରତି ଲୋକଙ୍କର ମତାମତ କ’ଣ ରହିଛି ତାହା ସେମା‌ନେ ପଚାରିଥିଲେ। ଓଡ଼ିଶାରେ ବିଜେଡ଼ି ତଥା ଅନ୍ୟ ରାଜ‌ନୈତିକ ଦଳର ସ୍ଥିତି କିଭଳି ରହିଛି, ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାନେଇ କେତେ ପ୍ରତିଶତ ସମ୍ଭାବନା ରହିଛି, କେନ୍ଦ୍ର ରାଜନୀତିରେ ଓଡ଼ିଶାର ଭୂମିକା କ’ଣ ରହିଛି ତାହା ସେମାନେ ବୁଝିଥିଲେ। ଏହାସହିତ ବିଭିନ୍ନ ରାଜନୈତିକ ଦଳଙ୍କ ଦ୍ବାରା ଜାରି କରାଯାଇଥିବା ଇସ୍ତାହାର ମଧ୍ୟ ପରିଖିଥିଲେ। ଏହାପରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, ରାଜନୀତି ବିଭାଗର ପ୍ରଫେସର ହିମାଂଶୁ ଶେଖର ମିଶ୍ର ଓ ଅନ୍ୟ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ।

ଏହି ଟିମ୍‌ରେ ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସର ବିଜ୍ଞାନ ଅଧିକାରୀ ଖ୍ରୀଷ୍ଟୋଫର କୁମିନ୍‌ସ, ଅର୍ଥନୀତି ବିଶେଷଜ୍ଞ କ୍ରିଷ୍ଟେନ୍‌ ଲୋଏର, ହାଇଦ୍ରାବାଦର ଆମେରିକୀୟ କନସୁଲେଟ ଶିବ ପ୍ରସାଦ ତ୍ରିପାଠୀ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର