ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗର୍ବିତ: ଗୋପାଳ ସୁବ୍ରମଣ୍ୟମ୍‌

ପୁରୀ : ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଧର୍ମ ସମ୍ରାଟ। ସେ ବିଦ୍ୱାନ, ବିଶିଷ୍ଟ ଅଦ୍ୱୈତ ସିଦ୍ଧାନ୍ତର ପ୍ରତୀକ। ତାଙ୍କୁ ଭେଟି ମୁଁ ନିଜକୁ ଗର୍ବିତ ମନେ କରୁଛି। ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ସାରି ଫେରିବା ପରେ ଭାବବିହ୍ଵଳ କଣ୍ଠରେ ଗଣମାଧ୍ୟମକୁ ଏପରି ସୂଚନା ଦେଇଛନ୍ତି ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌। ଶ୍ରୀ ସୁବ୍ରମଣ୍ୟମ୍‌ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ କୃପାରୁ ମୋତେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାର ସୌଭାଗ୍ୟପ୍ରାପ୍ତ ହୋଇଛି। ଶ୍ରୀମନ୍ଦିରରେ କ’ଣ କ’ଣ ସଂଶୋଧନ ଆବଶ୍ୟକ ତା’ ଉପରେ ପରାମର୍ଶ ନେଇଛି। ଶଙ୍କରାଚାର୍ଯ୍ୟଙ୍କଠାରୁ ଅନେକ ପରାମର୍ଶ ପାଇଛି ଓ ଏହାକୁ ନେଇ ମୁଁ ଆଗକୁ ବଢ଼ିବି ବୋଲି ଶ୍ରୀ ସୁବ୍ରମଣ୍ୟମ୍‌ କହିଛନ୍ତି।

ସମ୍ବନ୍ଧିତ ଖବର