୨୦ରେ ପୁରୀ ଆସିବେ ଆମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିର ସଂସ୍କାର ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଆସନ୍ତା ୨୦ ତାରିଖରେ ପୁରୀ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପୁରୀରେ ୨୦ ଓ ୨୧ ତାରିଖ ଦୁଇ ଦିନର ରହଣି ମଧ୍ୟରେ ଆମିକସ୍‌କ୍ୟୁରୀ ଶ୍ରୀମନ୍ଦିର ସଂପର୍କିତ ତଥ୍ୟ ସଂଗ୍ରହ କରିବା ସହିତ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିବେ। ଏଥି ସହିତ ଶ୍ରୀମନ୍ଦିର ସହିତ ସଂପର୍କ ରଖୁଥିବା ବିଭିନ୍ନ ନିଯୋଗ, ଛତିଶା ନିଯୋଗ ସହିତ ତାଙ୍କର ଆଲୋଚନା କାର୍ଯ୍ୟକ୍ରମ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀର କିଛି ବରିଷ୍ଠ ବୁଦ୍ଧିଜୀବୀଙ୍କଠାରୁ ମତ ସଂଗ୍ରହ କରିବେ। ଆମିକସ୍‌କ୍ୟୁରୀଙ୍କ ଗସ୍ତ ତାରିଖ ଚୂଡାନ୍ତ ହେବା ପରେ ସେବାୟତ ଓ ବିଭିନ୍ନ ନିଯୋଗମାନଙ୍କ ମଧ୍ୟରେ ଆଶା ଆଶଙ୍କା ବଢିଯାଇଛି। ଆମିକସ୍‌କ୍ୟୁରୀଙ୍କୁ ଶ୍ରୀମନ୍ଦିର ସଂପର୍କିତ ସମସ୍ତ ତଥ୍ୟ ଦେବା ଲାଗି ବିଭିନ୍ନ ନିଯୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଇତା ନିଯୋଗ ପକ୍ଷରୁ ୫୦ ପୃଷ୍ଠାର ତଥ୍ୟ ସମ୍ବଳିତ ଏକ ସୂଚନା ପୁସ୍ତିକା ପ୍ରସ୍ତୁତ କରାଯାଇଛି ବୋଲି ବିନାୟକ ଦାସ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର