ଆସିଲେ ଆମିକସ୍‌ କ୍ୟୁରି, ସଲିସିଟର୍‌ ଜେନେରାଲ : ଆଜି କରିବେ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ

ପୁରୀ : ଶ୍ରୀମନ୍ଦିର ସଂସ୍କାର ଓ ଉଚ୍ଛେଦ ପ୍ରକ୍ରିୟାର ଅନୁଧ୍ୟାନ ପାଇଁ ସୁପ୍ରିମ‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ପୁରୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ସକା‌ଳେ ଉଭୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରି‌‌ବେ। ପରେ ଶ୍ରୀମନ୍ଦିର ଚାରିପାର୍ଶ୍ବରୁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଓ ବର୍ତ୍ତମାନର ସ୍ଥିତି ବୁଲି ଦେଖିବେ। ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ‌ସେମାନେ ପୁରୀରେ ରହି ଉଚ୍ଛେଦ ପ୍ରକ୍ରିୟା, ପୁନର୍ବାସ, ଥଇଥାନ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆଜି ରାତି ପ୍ରାୟ ୧୦ଟା ବେଳେ ଉଭୟ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାତିରେ ପୁରୀରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର