ଖୁବ୍‌ଶୀଘ୍ର ‌କୋଣାର୍କ ପାଇଁ ଉଚ୍ଚସ୍ତରୀୟ ବୈଠକ

ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ କହିଲେ ଆମିକସ୍‌ କ୍ୟୁରି, ଲୁହାଭାରା ସ୍ଥିତି ପରଖିଲେ, ଗର୍ଭଗୃହ ସମ୍ପର୍କରେ କଲେ ଆଲୋଚନା

କୋଣାର୍କ : ଖୁବ ଶୀଘ୍ର ଏଏସ୍‌ଆଇର ଷ୍ଟାଣ୍ଡିଂ କମିଟି, ସୂର୍ଯ୍ୟମନ୍ଦିର ପାଇଁ ଗଠିତ କୋର୍‌ କମିଟି ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ନେଇ କୋଣାର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ମନ୍ଦିର ସ୍ଥିତି େନଇ େଯତେ ସବୁ ସମସ୍ୟା ରହିଛି, ସେ ସଂପର୍କରେ ବିଧିବଦ୍ଧ ଭାବେ ଆେଲାଚନା େହବ ଓ ନିଷ୍ପତ୍ତି ନିଆଯାଇ ସମସ୍ୟାର ସମାଧାନ ରାସ୍ତା କଢାଯିବ।

ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌ କ୍ୟୁରି ଏନ୍‌.କେ.ମହାନ୍ତି ଆଜି କୋଣାର୍କ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏଭଳି ସୂଚନା େଦଇଛନ୍ତି। ଆଜି ଆମିକସ୍‌ କ୍ୟୁରିଙ୍କ ଗସ୍ତ ସମୟରେ ତାଙ୍କ ସହ ସୂର୍ଯ୍ୟମନ୍ଦିର ପାଇଁ ଗଠିତ କୋର୍‌ କମିଟିର ବରିଷ୍ଠ ସଦସ୍ୟ ଏନ୍‌ସି ପାଲ ଓ ଏଏସ୍‌ଆଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ପ୍ରବେଶ ପଥରୁ ମନ୍ଦିରର ପ୍ରତ୍ୟେକଟି ଦିଗକୁ ଆମିକସ୍‌ କ୍ୟୁରି ଟିକିନିକି ଭାବେ ଅନୁଧ୍ୟାନ କରିଥିଲେ। ମନ୍ଦିର ପରିସରରେ ଅସରାଏ ବର୍ଷାରେ ଜମି ରହୁଥିବା ବର୍ଷା ପାଣି ସଂପର୍କରେ ସେ ଏଏସ୍‌ଆଇ ଅଧିକା‌ରୀମାନଙ୍କ ସହ ଆଲୋଚନା କରିବା ସହ ଏହାର ସମୀକ୍ଷା କରିଥିଲେ। ମନ୍ଦିର ମୁଖଶାଳାର ଗର୍ଭଗୃହରୁ କିଭଳି ବାଲି କଢ଼ାଯାଇପାରିବ ଓ ମୁଖଶାଳାରେ ଦୀର୍ଘଦିନରୁ ରହିଥିବା କଳଙ୍କି ଲଗା ଲୁହାଭାରା କିପରି ଖୋଲାଯିବ ସେ ସମ୍ପର୍କରେ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ନବଗ୍ରହ ମନ୍ଦିର ପରିଦର୍ଶନ କରିଥିଲେ। ସେହିପରି ମନ୍ଦିର ସାମ୍ନାରେ ଥିବା ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ପ୍ରଥମେ ଉପଯୁକ୍ତ ସ୍ଥାନରେ ଥଇଥାନ କରାଯାଇ ସେମାନଙ୍କୁ ଉଚ୍ଛେଦ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସୂଚନାଯୋଗ୍ୟ, ଆମିକସ୍‌ କ୍ୟୁରିଙ୍କ ଆଗମନ ସୂଚନା ପାଇ ଆଜି ଏଏସ୍‌ଆଇ ପକ୍ଷରୁ ଦିନତମାମ ମନ୍ଦିର ପରିସରରୁ ପାଣି ପମ୍ପ ସାହାଯ୍ୟରେ ବର୍ଷା ଜଳ ନିଷ୍କାସନ କରାଯାଇଥିଲା।

ସମ୍ବନ୍ଧିତ ଖବର