ପୁରୀ: ଶନିବାର ସକାଳ ପ୍ରାୟ ୭: ୧୫ ମିନିଟ୍‌ ସମୟରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ହୋଟେଲ୍‌ ମେ’ ଫେୟାର୍‌ରୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି।

Advertisment

ବେଢ଼ା ମଧ୍ୟକୁ ଯାଇ ଉଭୟ ରୋଷଘର ଚତୁର୍ପାଶ୍ୱରେ ବୁଲିବା ସହ ଭିତରର ସ୍ଥିତି ଦେଖିବା ପରେ ଚାହାଁଣି ମଣ୍ଡପରୁ ଏମାର ମଠର ଭଗ୍ନାଂଶ ଓ ପାରିପାର୍ଶ୍ୱିକ ସ୍ଥତି ଅନୁଧ୍ୟାନ କରିଛନ୍ତି। ସେମାନେ ମେଘନାଦ ପାଚେରି କଡ଼କୁ ଯାଇ ଶ୍ରୀମନ୍ଦିରର ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ଅବଲୋକନ କରୁଛନ୍ତି।
ଏହା ପରେ ଆମିକସ୍‌ କ୍ୟୁରି ଉଚ୍ଛେଦ ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ ନିମନ୍ତେ କେତେକ ସଙ୍ଗଠନ ସହ ଆଲୋଚନା କରିବେ। ସକାଳ ପ୍ରାୟ ୯ଟା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ସେ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରିବେ।

publive-image

ଆମିକସ୍‌ କ୍ୟୁରି ଓ ସଲିସଟର୍‌ ଜେନେରାଲ୍‌ଙ୍କ ସହ ଡିଆଇଜି ଆଶିଷ କୁମାର ସିଂହ, ମୁଖ୍ୟ ପ୍ରଶାସନିକ ଅଧିକାରୀ କିଷନ୍‌ କୁମାର, ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ଅଛନ୍ତି।