ତହସିଲ ଅଫିସ ଅମିନଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭାଲୁମୁଣ୍ଡା: ବଙ୍ଗୋମୁଣ୍ଡା ତହସିଲ ଅଫିସର ଅମିନ ତଥା ବଙ୍ଗୋମୁଣ୍ଡା ଥାନା ଜୁଏରପଡ଼ା ଗାଁର ମୁକେଶ ମଲ୍ଲିକ (୨୮ବର୍ଷ) ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ରବିବାର ମୁକେଶଙ୍କ ମା’ ଗାଧୋଇବାକୁ ଯାଇଥିଲେ। ଫେରିବା ପରେ ଘର ଭିତରେ ମୁକେଶଙ୍କ ଝୁଲନ୍ତା ଶରୀର ଦେଖି ପାଖ ଲୋକଙ୍କୁ ଡାକିଥିଲେ।

ସେତେବେଳକୁ ମୁକେଶଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ଖବର ପାଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ, ଏସ୍‌ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର