ପଶ୍ଚିମ ଓଡ଼ିଶାର ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସକୁ ଗିରଫ କଲା ପୁଲିସ !
ବରଗଡ଼: ପଶ୍ଚିମ ଓଡ଼ିଶାର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସକୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଖାସ କରି ବରଗଡ଼ ଏବଂ ବଲାଙ୍ଗୀର ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ଅମିତ ଦାସକୁ ଆଜି ଭୋର ସମୟରେ ଗିରଫ କରାଯାଇଛି । ବିଜେପୁର ଉପନିର୍ବାଚନ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଅମିତ ଭଟଲି ଓ ଅମ୍ବାଭୋନା ବ୍ଲକର ସୀମାନ୍ତରେ ଥିବା ସମ୍ବରଧରା ଅଞ୍ଚଳରେ ଥିବାର ଖବର ପାଇ ସ୍ପେସାଲ ଟାସକ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେ ପୁଲିସ ଉପରକୁ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ତାପରେ ଅମିତ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା ।
କିନ୍ତୁ ପୁଲିସ ତା’ର ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲା ବୋଲି କୁହାଯାଉଛି। ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାସଙ୍କ ନାଁରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡ଼ିଛି । ସେ ଦାଦାବଟି ଆଦାୟ, ଡକାୟତି ଏବଂ ଅପହରଣ ଆଦି ଅଭିଯୋଗରେ ଅଭିଯୁକ୍ତ ଥିବା ହେତୁ ଦୀର୍ଘଦିନ ଧରି ପୁଲିସ ତାକୁ ଖୋଜୁଥିଲା।