ସୁନ୍ଦରଗଡ଼: ନିଜ ଗାଁ ମାଟିରେ ଅଲିମ୍ପିକ ବ୍ରୋଞ୍ଜ ମେଡ଼ାଲିଷ୍ଟ ହକି ଖେଳାଳି ଅମିତ ରୋହିଦାସ ପହଞ୍ଚିଛନ୍ତି। ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ ସଉନାମୁରା ଗାଁରେ ଅମିତ ପହଞ୍ଚିବା ପରେ ଗାଁ ଲୋକଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଇଛି।
ଜନ୍ମ ମାଟିରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନାଚଗୀତରେ ପରିବେଶ କମ୍ପୁଛି । ଘରେ ଗାଁରେ ଖୁସିର ମାହୋଲ ରହିଛି। ଗାଁରୁ ବରିଷ୍ଠ ଲୋକେ ଅମିତଙ୍କୁ ଭେଟିବାକୁ ଆସୁଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-22-at-10.50.57-AM.jpeg)