ପୁରୀ: ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କର ପୁରୁଣା ନାରା ନବୀନ ସରକାରକୁ ଓପାଡ଼ି ଫିଙ୍ଗିଦେବାକୁ ପୁଣି ଦୋହରାଇଛନ୍ତି। ବିଭିନ୍ନ ଦିଗରୁ ନବୀନ ସରକାରଙ୍କ ଦୋଷଦୂର୍ବଳତା ଦର୍ଶାଇ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଆଣିବା ଲାଗି ସଂକଳ୍ପ ନେବାକୁ ଉପସ୍ଥିତ ମହିଳା କର୍ମୀ ଓ ନେତ୍ରୀଙ୍କୁ ସେ ଆହ୍ଵାନ କରିଛନ୍ତି।
ନିଜ ଅଭିଭାଷଣ ଆରମ୍ଭରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଥିଲେ,ଆଜି ସଂକଳ୍ପର ଦିନ। ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ମାତୃଶକ୍ତି ଦୁଇ ହାତ ଟେକି ନବୀନ ସରକାରକୁ ହଟାଇବାର ସଂକଳ୍ପ ନିଅନ୍ତୁ। ନବୀନବାବୁଙ୍କ ବିଫଳ ସରକାର ବିରୋଧରେ ରାଜ୍ୟର ମାତୃଶକ୍ତି ଯଦି ଏକଯୁଟ ହେବେ ତେବେ ରାଜ୍ୟରେ ୨୦୧୯ରେ ଭାଜପାର ମୁଖ୍ୟମନ୍ତ୍ରୀ ଆସିବା ସହ କେନ୍ଦ୍ରରେ ମଧ୍ୟ ଭାଜପାର ପ୍ରଧାନମନ୍ତ୍ରୀ ଆସିବେ।
/sambad/media/post_attachments/wp-content/uploads/2018/09/9909-300x225.jpg)
ଏଥିସହିତ ନବୀନ ସରକାର ବିରୋଧରେ ମହିଳାଙ୍କ ଭିତରେ ଜନଆକ୍ରୋଶ ବଢ଼ିବା ସହିତ ମହିଳାଙ୍କ ପ୍ରତି ଅତ୍ୟାଚାରରେ ଦେଶରେ ଓଡ଼ିଶା ୧ ନମ୍ବର ସ୍ଥାନ ଅଧିକାର କରିଛି ବୋଲି ଅଭିଯୋଗ କରି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଭାଜପା ଅଧ୍ୟକ୍ଷ ଅମିତ୍ ଶାହା। ସେ କହିଥିଲେ, ମହିଳାମାନେ ଓଡ଼ିଆ ସମାଜକୁ ଏକତ୍ରୀତ କରନ୍ତୁ। ବହୁତ ହୋଇଗଲା ନବୀନବାବୁଙ୍କ ଶାସନ। ଏଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ ସୁଯୋଗ ଦିଅନ୍ତୁ। କାରଣ ନବୀନଙ୍କ ଶାସନରେ ଓଡ଼ିଶା ଅଗ୍ରଗତି କରିପାରି ନାହିଁ, ଓଡ଼ିଶା ଯେଉଁଠି ଥିଲା ସେଇଛି ରହିଯାଇଛି। ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାର ସଂକଳ୍ପ ନିଅନ୍ତୁ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/999.jpg)