କେନ୍ଦୁଝର : କେନ୍ଦୁଝର ସଂକଳ୍ପ ସମାବେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଟରଙ୍କୁ ଗୋଲାପି ସ୍ବପ୍ନ ଦେଖାଇଛନ୍ତି। ବିଜେପି କ୍ଷମତାକୁ ଓଡ଼ିଶାକୁ ୫ ବର୍ଷରେ ଏକନମ୍ବର ରାଜ୍ୟରେ ପରିଣତ କରାଯିବ ବୋଲି କହିବା ସହିତ ୧୯ ବର୍ଷର ରାଜ୍ୟ ସରକାରକୁ ତଡ଼ିବା ପାଇଁ ଆହ୍ବାନ ଜଣାଇଛନ୍ତି।

Advertisment

ସହର ଉପକଣ୍ଠ ମେଡିକାଲ କଲେଜ ପଡ଼ିଆରେ ଆଜି ବିଜେପିର ବିଜୟ ସ˚କଳ୍ପ ସଭା ଆୟୋଜିତ ହୋଇଥିଲା। ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ସଭାସ୍ଥଳ ପାଖ ହେଲିପ୍ୟାଡ୍‌ରେ ହେଲିକପ୍ଟରରୁ ଓହ୍ଲାଇବା ପରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହ ଚିରାଚରିତ ଢଙ୍ଗରେ ‘ଭାରତ ମାତା କି ଜୟ’ ନାରାରୁ ସମ୍ବୋଧନ ଆରମ୍ଭ କରିଥିଲେ। କହିଥିଲେ, କାଶ୍ମୀରଠାରୁ କନ୍ୟାକୁମାରୀ, ଓଡ଼ିଶାରୁ ଗୁଜରାଟ ପର୍ଯ୍ୟନ୍ତ କେବଳ ଗୋଟିଏ ସ୍ଳୋଗାନ। ତାହା ହେଉଛି ମୋଦୀ। ଦେଶବାସୀ ନରେନ୍ଦ୍ର ମୋଦୀ ଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ ପଦରେ ବସାଇବାକୁ ମନସ୍ଥିର କରି ସାରିଲେଣି। କ˚ଗ୍ରେସ ସରକାର ଦୀର୍ଘ ବର୍ଷ ଧରି ଦେଶକୁ ଶାସନ କରିଥିଲେ ବି ଦେଶରୁ ଗରିବୀ ହଟାଇ ପାରିଲାନାହିଁ। କିନ୍ତୁ ୫ ବର୍ଷ ମଧୢରେ ଗରିବଙ୍କ ପାଇଁ ମୋଦୀ ସରକାର ଅନେକ ଯୋଜନା କରିଛନ୍ତି।

ଶ୍ରୀ ଶାହ ଆହୁରି କହିଥିଲେ ଯେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା। ଦୀର୍ଘ ୧୯ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହି ପାରିଲେ ନାହିଁ। ଓଡ଼ିଶା ଲୋକଙ୍କ ସହିତ ଓଡ଼ିଆରେ କଥା ହୋଇପାରିଲେ ନାହିଁ। ତେଣୁ ଓଡ଼ିଶାରେ ଏଭଳି ମୁଖ୍ୟମନ୍ତ୍ରୀ ହେବା ଉଚିତ ଯେ ଓଡ଼ିଆ ଲୋକଙ୍କ ସହିତ ଓଡ଼ିଆରେ କଥା ହୋଇ ପାରୁଥିବା ଓଡ଼ିଶା ବାସୀଙ୍କ କଥା ବୁଝି ପାରୁଥିବ।

ଚିଟ୍‌ଫଣ୍ତ ଓ ଖଣି ଲୁଟ୍‌ ସ˚ପର୍କରେ କଠୋର ଆଭିମୁଖ୍ୟ ପୋଷଣ କରି କହିଥିଲେ ଯେ ବିଜେଡି ସରକାର ଚିଟଫଣ୍ତ ଚୋର। ଖଣି ଚୋରଙ୍କୁ ସୁରକ୍ଷା ଦେଉଛି। ବିଜେପି ସରକାର ଆସିଲେ ଚିଟ୍‌ଫଣ୍ତ ଚୋରଙ୍କୁ ବାନ୍ଧିବ।

କେନ୍ଦୁଝର ମେଡିକାଲ କଲେଜ ସ˚ପର୍କରେ କହିଥିଲେ, କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଥିବା ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଟଙ୍କାଟିଏ ଦେଇ ନାହାନ୍ତି। ବର˚ ବିଜେପି ସରକାର ଦ୍ବାରା ଆରମ୍ଭ ହୋଇଥିବା ଡିଏମ୍‌ଏଫ୍‌ ପାଣ୍ଠିରୁ ଟଙ୍କା ଆସି ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି ମେଡିକାଲ କଲେଜ ପାଇଁ ଯାହା ବି ଅନୁଦାନ ଦରକାର ହେବ, କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ଶ୍ରୀ ଶାହ ପ୍ରତିଶ୍ରୁତି ଦେଇଥିଲେ।

ଓଡ଼ିଶାର ହଜାର ହଜାର ଯୁବକ କାମ ଅନ୍ବେଷଣରେ ଗୁଜରାଟ ଯାଉଛନ୍ତି। ଓଡ଼ିଶାରେ ରୋଜଗାର ପନ୍ଥା ନାହିଁ। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଏଠାରେ ଯୁବକଙ୍କ ପାଇଁ ବ୍ୟାପକ କର୍ମନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

ଦେଶର ସୁରକ୍ଷା ସ˚ପର୍କରେ କହିଥିଲେ, ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ କ˚ଗ୍ରେସ ଓ ଏହାର ସହଭାଗୀ ଦଳଗୁଡିକ ଭାରି ଦୁଃଖୀ। କିନ୍ତୁ ଏଥିରେ ଆମର କିଛି ଯାଏ ଆସେ ନାହିଁ। ବିଜେପି ଯେ ପର୍ଯ୍ୟନ୍ତ ସରକାରରେ ଥିବ ସେ ପର୍ଯ୍ୟନ୍ତ ଦେଶ ସୁରକ୍ଷିତ ବୋଲି ସେ କହିଥିଲେ।

ଏହି ଅବସରରେ ଶ୍ରୀ ଶାହ କେନ୍ଦୁଝର ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ହୋଇଥିବା ବିଭିନ୍ନ ପ୍ରକଳ୍ପର ସଫଳତାର ବିବରଣୀ ଦେଇଥିଲେ। କେନ୍ଦୁଝରରେ ଏକ ଷ୍ଟିଲ ପ୍ଲାଣ୍ଟ ଏବ˚ ଆଉ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ଶାହା ପ୍ରତିଶ୍ରୁତି ଦେଇଥିଲେ।

ଏହି ବିଜୟ ସ˚କଳ୍ପ ସଭାରେ ଅମିତ ଶାହଙ୍କ ସହିତ ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, ସଦର ବିଧାନସଭା ପ୍ରାର୍ଥୀ ମୋହନ ଚରଣ ମାଝୀ, ଘସିପୁରା ବିଧାନସଭା ପ୍ରାର୍ଥୀ ପୃଥ୍ବୀରାଜ କୁଅଁର, ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମା, ପାଟଣା ବିଧାନସଭା ପ୍ରାର୍ଥୀ ଭବାନୀ ଶଙ୍କର ନାଏକ, ତେଲକୋଇ ବିଧାନସଭା ପ୍ରାର୍ଥୀ ଧନୁର୍ଜୟ ସିଦୁ, କରଞ୍ଜିଆ ବିଧାନସଭା ପ୍ରାର୍ଥୀ ପଦ୍ମ ଚରଣ ହାଇବ୍ରୁ, ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ଜିଲ୍ଲା ଯୁବ ବିଜେପି ସଭାପତି ହେମରଞ୍ଜନ ବାରିକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।