ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପି -ବିଜେଡି ମଧ୍ୟରେ ଉଭୟ ଦଳର କର୍ମୀଙ୍କ ସହ ନେତା ଦ୍ବନ୍ଦରେ ଥିବାବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା | ଏକ ଜାତୀୟ ଗଣମାଧ୍ୟମର କନକ୍ଳେଭରେ ସେ କହିଛନ୍ତି ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇନାହାନ୍ତି | ଲୋକସଭା, ବିଧାନସଭା ନିର୍ବାଚନରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ | ସେ କହିଛନ୍ତି ଯେ ମେଣ୍ଟ ସମ୍ପର୍କରେ ବର୍ତ୍ତମାନ କହିପାରିବିନି | ଓଡ଼ିଶାରେ ଆଗକୁ କେମିତି ବଢ଼ିବୁ ନିଷ୍ପତ୍ତି ହୋଇନି | ପରିଣାମ ଯାହା ବି ହେଉ ବିଜେପି ଭଲ କରିବ | ସେ କହିଛନ୍ତି ଯେ ରାଜନୀତିରେ ଫିଜିକ୍ସ କାମ ଦିଏନାହିଁ | ୧ ଯୁକ୍ତ ୧ ସବୁବେଳେ ଦୁଇ ହୋଇନଥାଏ | ବେଳେବେଳେ ଏହା ୧୧ ମଧ୍ୟ ହୋଇଥାଏ | ଶାହା କହିଛନ୍ତି ଯେ ହାର୍ଡକୋର ରାଜନୀତିରେ ଦର୍ଶନର ସ୍ଥାନ ନାହିଁ | ଏଥିରେ ହାରଜିତର ଗଣିତ ରହିଛି |
ଦଳୀୟ ଆଦର୍ଶ ଓ ବିଜୟ ସମ୍ଭାବନା, ଉଭୟକୁ ଦେଖି ମେଣ୍ଟ କରାଯାଏ | ଉଲ୍ଲେଖ ଥାଉ କି ବେଶ କିଛି ଦିନ ଧରି ରାଜ୍ୟ ରାଜନୀତିକୁ ଗୋଳିଆ କରି ରଖିଛି ଏହି ମେଣ୍ଟ ପ୍ରସଙ୍ଗ | ଉଭୟ ବିଜେଡି ଓ ବିଜେପି ଯେପରି ମେଣ୍ଟ ପ୍ରସଙ୍ଗରେ ସ୍ପଷ୍ଟତା ଆଣୁ ନାହାନ୍ତି, ତାହା ଉଭୟ ଦଳର ତୃଣମୂଳ ସ୍ତରରେ ଭୀଷଣ ଅସନ୍ତୋଷ ସୃଷ୍ଟି କରୁଛି। ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ କି ଏକାଠି ଚାଲିବେ, ତାହା ଜାଣିପାରୁ ନାହାନ୍ତି। ଉଭୟ ଦଳର ବରିଷ୍ଠ ନେତାମାନେ ବି ମେଣ୍ଟ ସମ୍ପର୍କରେ କିଛି ଜାଣିପାରୁ ନଥିବାରୁ କର୍ମୀଙ୍କୁ ଉତ୍ତର ଦେଇପାରୁ ନାହାନ୍ତି। ଫଳରେ ସାରା ରାଜ୍ୟରେ ଏକ ବିଚିତ୍ର ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/aa5065a5-d739-4ade-8c75-4ae5479169ca.jpeg)