ରାଉରକେଲା: ଆବାସ ଯୋଜନାରେ ମୋଦୀ ସରକାର ଦେଶର ୪ କୋଟି ପରିବାରଙ୍କୁ ପକ୍କା ଘର ଦେଇଛନ୍ତି। ଏହି ଯୋଜନା ଓଡ଼ିଶାରେ ଠିକ୍ ଭାବେ ବ୍ୟବହାର ହୋଇପାରି ନାହିଁ। ଓଡ଼ିଶାରେ ଏବେବି ୨୭ ଲକ୍ଷ ପରିବାରକୁ ପକ୍କା ଘର ମିଳିପାରି ନାହିଁ। ସେହିପରି ୨୪ ଲକ୍ଷ ପରିବାରକ ଘରେ ପାଇପ୍ ପାଣି ବ୍ୟବସ୍ଥା କରାଯାଇ ପାରିନାହିଁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଅପରାହ୍ଣରେ ଏହା କହିଛନ୍ତି। ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶରେ ଶାହ କଡ଼ାଭାଷାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।
/sambad/media/post_attachments/wp-content/uploads/2024/05/d976bbc2-6d88-4194-bd7f-25827cc07add-e1715944706143.jpeg)
ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହ କହିଛନ୍ତି, ବର୍ଷବର୍ଷ ଧରି ଓଡ଼ିଶାର ଜନତା ରତ୍ନଭଣ୍ଡାର ଚାବି ନେଇ ପ୍ରଶ୍ନ କରୁଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଗଲା କୁଆଡ଼େ ଗଲା? ଡୁପ୍ଲିକେଟ ଚାବି କେମିତି ତିଆରି ହେଲା? ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ଖୋଲାଯାଉଛି କି? ପ୍ରଭୁ ଜଗନ୍ନାଥଙ୍କ ଚାରିଦ୍ବାର ଖୋଲାଯାଉ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ଗୋଟିଏ ଦ୍ବାର ଦେଇ ପ୍ରବେଶ କରୁଛନ୍ତି, ଯାହା ଦ୍ବାରା ସମସ୍ୟା ହେଉଛି। ପ୍ରଭୁ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଉଛି। ପରିକ୍ରମା ପ୍ରକଳ୍ପ ନାମରେ ଶ୍ରୀମନ୍ଦିରକୁ ପର୍ଯ୍ୟଟନ କ୍ଷେତ୍ର କରାଯାଉଛି। ବିଜେପି ସରକାର ଆସିଲେ ମାସକ ମଧ୍ୟରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯିବ। ଆମେ ରତ୍ନଭଣ୍ଡାର ଖୋଲିବୁ।
ଓଡ଼ିଶାର ଶାସନ ବ୍ୟବସ୍ଥା ନେଇ ମଧ୍ୟ ଶ୍ରୀ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶାର ଶାସନ ଓଡ଼ିଆରେ ଚାଲିବ ନା ତାମିଲରେ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଆ, ଭାଷା, ସଂସ୍କୃତି ଓ ଗୌରବକୁ ପୁନଃ ପ୍ରତିଷ୍ଠା କରାଯିବ। ସେହିପରି ସେ କହିଛନ୍ତି, ପ୍ରଥମ ୪ଟି ପର୍ଯ୍ୟାୟରେ ୨୭୦ ଆସନ ଟପିସାରିଛି। ଏଥର ୪୦୦ ପାର ଅତିକ୍ରମ କରିବ। ଓଡ଼ିଶାରେ ୧୫ରୁ ଊର୍ଦ୍ଧ୍ବ ଲୋକସଭା ଆସନରେ ବିଜେପି ଜିତିବ। ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପିକୁ ୭୫ ଆସନ ମିଳିବ।
/sambad/media/post_attachments/wp-content/uploads/2024/05/b3895622-24f2-4668-a826-f6e505d417ea-e1715944679294.jpeg)
କେନ୍ଦ୍ରମନ୍ତ୍ରୀ ଶାହ କହିଛନ୍ତି, ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠାରୁ କମ। ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରି ନାହାନ୍ତି। ଓଡ଼ିଶାରେ ରୋଜଗାର ପାଇଁ ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟକୁ ଯାଇଥାନ୍ତି। କିନ୍ତୁ ନବୀନ ସରକାର ରାଜ୍ୟରେ ୧ ଦେଶ ୧ ରାସନ ବ୍ୟବସ୍ଥା ଲାଗୁ କରି ନଥିବାରୁ ଓଡ଼ିଶାର ଭାଇଭଉଣୀ ଏହି ସୁବିଧାରୁ ଲାଭାନ୍ବିତ ହୋଇପାରୁ ନାହାନ୍ତି। ମୋଦୀ ପ୍ରତି ବ୍ୟକ୍ତିଙ୍କୁ ୫ କିଲୋ ଚାଉଳ ଦେଉଛନ୍ତି। ନବୀନ ସରକାର ଖାଲି ବ୍ୟାଗ ଦେଉଛନ୍ତି। ଦମ୍ଭ ଅଛି ଯଦି ବ୍ୟାଗରେ ୨ କିଲୋ ଚାଉଳ ଦିଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/f6df331a-5f6d-49db-b37a-eec16d29e331.jpeg)