ଭୁବନେଶ୍ବର: ପୁଣି ଓଡ଼ିଶାରେ ଘନଘନ ପ୍ରଚାର ଲାଗି ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୧୭ ତାରିଖରେ ରାଉରକେଲା ଗସ୍ତରେ ଆସୁଛନ୍ତି ଅମିତ ଶାହ। ସେ ସେଠାରେ ଦଳ ପାଇଁ ପ୍ରଚାର କରିବେ। ତେଣେ ଆସନ୍ତା ୧୭ ଓ ୧୮ ତାରିଖରେ କଟକ ଜିଲ୍ଲା ନରସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏଷଣ ଆଜି ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ଏହାଛଡ଼ା ଆସନ୍ତାକାଲି ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ରାଜଧାନୀରେ ମାଉସୀ ମା’ ମନ୍ଦିରୁ ଲିଙ୍ଗରାଜ ମନ୍ଦିର ଯାଏ ରୋଡ ସୋ’ରେ ଯୋଗ ଦେବେ। କାଲି ସେ ସୁନ୍ଦରଗଡ଼ ଓ ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେବେ।
ଠିକ୍ ସେହିପରି ଆସନ୍ତା ୧୭ ତାରିଖରେ ବରିଷ୍ଠ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମାମାଳିନୀ ରାଜଧାନୀ ଭୁବନେଶ୍ବର, କଟକ ଜିଲ୍ଲା କିଶନ ନଗର ଓ ପୁରୀ ଜିଲ୍ଲା ପିପିଲିରେ ନିର୍ବାଚନ ପ୍ରଚାର କରିବେ। ତାଙ୍କୁ ଦଳ ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରଚାର।
ଠିକ୍ ସେହିପରି ୧୬ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବ୍ରଜରାଜନଗର, ବଣାଇ, ଅତାବିରା ଓ ଜଟଣୀରେ ସଭା କରିବେ। ସେହିଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ସୁନ୍ଦରଗଡ଼ ଜିଲ୍ଲାର ତଳସରା, ବରଗଡ଼ ଜିଲ୍ଲାର ବିଜେପୁର ଓ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ନିର୍ବାଚନୀ ସଭା କରିବେ। ତେଣେ ୧୭ ତାରିଖରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର, ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି, ଲୋଇସିଂହା, ପୁରୀ ଜିଲ୍ଲା ସତ୍ୟବାଦୀ ଓ ପିପିଲିରେ ବିଜେପି ପାଇଁ ପ୍ରଚାର କରିବେ। ୧୭ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସହର, ରାଜଗାଙ୍ଗପୁର ଓ ବୀରମିତ୍ରପୁରପୁରରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/dac238ee-9aed-4d89-bb10-8042da5e7028.jpeg)