ଆଜି ବରଗଡ଼ ଆସିବେ ଅମିତ ଶାହ

ବରଗଡ଼ : ନିର୍ବାଚନ ପାଖେଇ ଆସୁଥିବାବେଳେ ବରଗଡ଼ ଜିଲ୍ଲାରେ ପ୍ରଚାର ସେହି ତୁଳନାରେ ଆଗେଇ ନାହିଁ। ଜିଲ୍ଲାକୁ ଏଯାଏଁ ଷ୍ଟାର୍ ପ୍ରଚାରକଙ୍କ ପାଦ ପଡ଼ିନାହିଁ। ତେବେ ରବିବାର ଅମିତ ଶାହ ପ୍ରଥମ ଷ୍ଟାର୍ ପ୍ରଚାରକ ଭାବେ ବରଗଡ଼କୁ ଆସୁଛନ୍ତି। ଶ୍ରୀ ଶାହଙ୍କ ଏହା ପ୍ରଥମ ବରଗଡ଼ ଗସ୍ତ ହୋଇଥିବାରୁ ବିଜେପି ଶିବିରରେ ଉଦ୍ଦୀପନା ସୃଷ୍ଟି ହୋଇଛି। ବିଶେଷକରି ପ୍ରାର୍ଥୀମାନେ ଉତ୍ସାହିତ ଥିବା ବାରି ହେଉଛି।

ବରଗଡ଼ ସହର ମଧ୍ୟରେ ଥିବା ମୋଦୀ ପଡ଼ିଆରେ ଅମିତ ଶାହ ରବିବାର ଅପରାହ୍ନ ଗୋଟାଏ ବେଳେ ପହଂଚିବେ ଏବଂ ଲୋକଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ସମୟ କାଟିବେ। ଅଚାନକ ଗସ୍ତ ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ବିଜେପି ପକ୍ଷରୁ ତରବରିଆ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁଲିସ୍‌ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରୀ ଶାହଙ୍କ ଗସ୍ତ ସଂପର୍କରେ ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଥିଲା। ବିଜେପି ବରଗଡ଼ରେ ପ୍ରସଂଗ ଯୁକ୍ତ ଏବଂ ହିଂସାମୁକ୍ତ ନିର୍ବାଚନ ଲଢ଼ିବ। ରାଜ୍ୟ ସରକାର ପ୍ରସଂଗକୁ ନେଇ ସାମନା ସାମନି ହୁଅନ୍ତୁ, ତର୍କ କରନ୍ତୁ ବୋଲି ବିଜେପି ଆହ୍ବାନ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ, ବିଧାନସଭା ପ୍ରାର୍ଥୀ ଅଶ୍ବିନୀ ଷଡ଼ଂଗୀ, ରାଜ୍ୟ ସଂପାଦକ ସୁଶାନ୍ତ ମିଶ୍ର, ଜିଲ୍ଲା ସଭାପତି ଅରୂପା ସାହୁ, ସୁରେଶ୍ବର ଶତପଥୀ, ସୀମାଞ୍ଚଳ ଖଟେଇ, ସୁଶାନ୍ତ ଦାଶ, ପ୍ରୀତମ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର