ଆସନ୍ତା ୮ରେ ଶାହା କରିବେ ଭର୍ଚୁଆଲ୍ ରାଲି

ଭୁବନେଶ୍ବର : କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୮ ତାରିଖରେ ଅପରାହ୍‌ଣ ୩ଟା ୩୦ରେ ଡିଜିଟାଲ୍‌ରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଏନେଇ ରାଜ୍ୟର ୫ ହଜାରରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ଅବସରରେ ଭର୍ଚୁଆଲ୍ ରାଲିର ପୋଷ୍ଟର୍ ଓ ଭିଡିଓ ଜାରି କରାଯିବା ସହ ବୈଠକରେ ୧ଲକ୍ଷରୁ ଅଧିକ ଲୋକ ବିଜେପିର ସୋସିଆଲ ମିଡିଆ ଆକାଉଣ୍ଟ ଓ ୟୁଟ୍ୟୁବ ମାଧ୍ୟମରେ ସାମିଲ ହେବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଆଇଟି ସେଲ୍ ସଂଯୋଜକ ଅମିତ ମାଲଭିଆ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ନାୟକ, ରଂଜନ ପଟେଲ, କାଳନ୍ଦୀ ସାମଲ, ଭୃଗୁ ବକ୍ସିପାତ୍ର, ମାନସ ମହାନ୍ତି ପ୍ରମୁଖ ବିଜେପି କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର