ପୁରୀ/ଭୁବନେଶ୍ବର : ବିଜେପିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀ ଆସୁଛନ୍ତି। ଆସନ୍ତାକାଲି ଅପରାହ୍ନ ୫ଟାରେ ଶ୍ରୀ ଶାହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସନ୍ଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବଡଦାଣ୍ଡରେ ରୋଡ୍ ସୋ’ରେ ବାହାରିବେ। ଶାହାଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ରୋଡ୍ ସୋ ବଡଦାଣ୍ଡରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶରଧାବାଲିଠାରେ ଏକ ସାଧାରଣ ସଭାରେ ଶାହା ଉଦବୋଧନ ଦେବେ। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ସାତଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି। ଏଥି ସହିତ ସେ ସେବାୟତଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୁରୀରେ ଅମିତ ଶାହଙ୍କ ରୋଡ୍ ସୋ ଆଜି
/sambad/media/post_attachments/wp-content/uploads/2019/04/amit-1.jpg)