ଝାରସୁଗୁଡ଼ା: ପୂର୍ବତନ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ସୋମବାର ସେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱନେ, ଏସପି ସ୍ମିତ ପି ପରମାର ତାଙ୍କୁ ସ୍ବାଗତ କରିଥିଲେ।
ଅପରାହ୍ନରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଜାତୀୟ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ନରୱନେ, ଡିଏଫଓ ମନୁ ଅଶୋକ ଭଟ୍ଟ, ଅତିରିକ୍ତ ଜିଲ୍ଲାପାଳ କିଶୋର ସ୍ୱାଇଁ, ବ୍ରଜବନ୍ଧୁ ଭୋଇ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ବିଭିନ୍ନ କମ୍ପାନୀର ପ୍ରତିନିଧି ଉପସ୍ଥିତ ରହିଛନ୍ତି।
ଅଧିକ ପଢ଼ନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା: ୩ ଗିରଫ,ବ୍ୟବହୃତ ଅଟୋ ଜବତ
ସମୀକ୍ଷା ବୈଠକ ପରେ ସେ ଝାରସୁଗୁଡ଼ାରେ ରାତ୍ରି ରହଣି କରିବା ପରେ ମଙ୍ଗଳବାର ସକାଳୁ ସମ୍ବଲପୁର ଅଭିମୁଖେ ବାହାରିବେ।
ପୂର୍ବାହ୍ନ ୯ଟାରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ ପରେ ପୂର୍ବାହ୍ନ ୧୦ ଟାରେ ଆଇଆଇଏମ୍ ସମ୍ବଲପୁର ଓ ମଧ୍ୟାହ୍ନ ୧୨ ଟାରେ ଭିସୁଟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢ଼ନ୍ତୁ: ଇନଷ୍ଟାଗ୍ରାମ ପରେ ବନ୍ଦ ହେବ କି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ୟୁଟ୍ୟୁବ୍ ? କଟାଯିବ କି ସୋସିଆଲ ମିଡିଆର ଆଉ ଏକ ଡେଣା... ?
Jharsuguda
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/19/xmVyFTHBPC42itfoSR3D.jpg)