ଭୁବନେଶ୍ବର : ପ୍ରବାସୀ ଓଡ଼ିଆମାନଙ୍କୁ ସହଯୋଗ ଯୋଗାଇ ଦେବାକୁ ଗୃହ ବିଭାଗ ଅଧୀନରେ କୋଭିଡ୍ ନିୟନ୍ତ୍ରଣ କକ୍ଷ ଖୋଲିଥିଲା। ଏବେ ଏହାକୁ ବନ୍ଦ କରିଦିଆଯାଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ କୋଭିଡ୍ ପରିଚାଳନାରୁ ଦାୟିତ୍ବମୁକ୍ତ କରାଯାଇଛି। ସେ ଏବେ ପୂର୍ବ ପରି ଆଇଜି ଅପରେସନ୍ ଭାବେ କାର୍ଯ୍ୟ କରିବେ।
ଏବେ କରୋନା ସଂକ୍ରମଣ ଓଡ଼ିଶା ସମେତ ସାରା ଦେଶରେ ବଢ଼ିଚାଲିଛି। ଏବେ ବି ପ୍ରବାସରୁ ବହୁ ଓଡ଼ିଆ ଫେରୁଛନ୍ତି। ପୁଣି ପ୍ରବାସୀମାନେ ବାହାର ରାଜ୍ୟରେ ସମସ୍ୟାରେ ରହୁଥିବାର ଭିଡିଓ ଲଗାତର ଭାବେ ଆସୁଛି। କିନ୍ତୁ ସରକାର ଏହି ସମୟରେ କୋଭିଡ୍ ନିୟନ୍ତ୍ରଣ କକ୍ଷକୁ ବନ୍ଦ କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Amitabh.png)