ଅର୍ଚ୍ଚନା ମାମଲା: ୮ ଘଣ୍ଟା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ଅମୀୟ ଦାସ

ଭୁବଶ୍ବେର: ଦୀର୍ଘ ୮ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରୁ ବାହାରିଲେ ବ୍ୟବସାୟୀ ଅମୀୟ ଦାସ। ସେ ଆଜି ଇଡି କାର୍ଯ୍ୟାଳୟକୁ ପୂର୍ବାହ୍ନ ୯ଟାରେ ଯାଇଥିଲେ। ଅମୀୟ ଦାସ ଇଡି କାର୍ଯ୍ୟାଳୟରେ ୮ ଘଣ୍ଟା ଅତିବାହିତ କରିବା ସମୟରେ ଅଧିକାରୀମାନେ ଅନେକଗୁଡ଼ିଏ ପ୍ରଶ୍ନ ପଚାରିଛନ୍ତି। ରାଜଧାନୀ ଭୁବନେଶ୍ବରର ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଅମୀୟ ଦାସ ୭ ଲକ୍ଷ ଟଙ୍କା ଦେଇଥିବା ନେଇ ଗଣମାଧ୍ୟମ ଆଗରେ କହିଛନ୍ତି। ଜଗବନ୍ଧୁଙ୍କ ଦେହ ଖରାପ ଥିବା ବେଳେ ଟଙ୍କା ମାଗିଥିଲେ ଅର୍ଚ୍ଚନା। ୨୦୨୧ – ୨୨ରେ ଲକ୍ଷାଧିକ ଟଙ୍କା କାରବାର ନେଇ ସମନ ପାଇବା ପରେ ହାଜର ହୋଇଥିଲେ ଅମୀୟ। ସେ କହିଛନ୍ତି ଯେ, ଫେସବୁକ୍‌ ମାଧ୍ୟମରେ ସେ ଅର୍ଚ୍ଚନାଙ୍କ ସହ ପରିଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ମାମଲାରେ ଆଜି ପ୍ରଯୋଜକ ଅକ୍ଷୟ ପରିଜା ଇଡିରେ ହାଜର ହୋଇଥିଲେ। ଗତ ଶନିବାର ତାଙ୍କୁ ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ହାଜର ହୋଇନଥିଲେ। ନିଜ ଓକିଲଙ୍କ ମାଧ୍ୟମରେ ଅଧିକ ସମୟ ମାଗିଥିବା ବେଳେ ଇଡି ମାତ୍ର ୨ ଦିନର ମହଲତ ଦେଇଥିଲା । ଆଉ ଆଜି ଇଡି ଅଫିସରେ ହାଜର ହୋଇଥିଲେ ଅକ୍ଷୟ ପରିଜା। ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲା ନେଇ ଅକ୍ଷୟ ପରିଜାଙ୍କୁ ପଚରାଉଚ୍ଚରା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର