ହିଞ୍ଜିଳିକାଟୁ : ପୁରୀ ଠାରେ ଓଡ଼ିଶା ସରକାରଙ୍କ ଦ୍ଵାରା ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ-୨୦୨୨ ଆୟୋଜିତ ହୋଇଯାଇଛି। ଏଥିରେ ଭାରତର ପ୍ରାୟ ୬ ଟି ଭାଷାର ୨୩୦ ଟି ସିନେମା ଭାଗ ନେଇଥିଲା। ବିଚାରକ ଭାବେ ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ ଓ ମାନସ ମୁନଦା ସମୀକ୍ଷା କରିବା ସହ ଶ୍ରେଷ୍ଠ ୪୦ ଟି ସିନେମା ବାଛିଥିଲେ। ଯେଉଁଥିରେ ହିଞ୍ଜିଳିକାଟୁ 'ନୃତ୍ୟମ୍' ଅନୁଷ୍ଠାନ ଦ୍ବାରା ପ୍ରସ୍ତୁତ 'ଅମୋଘ' ସିନେମା ସ୍ଥାନ ପାଇଛି। ଏହି ସିନେମା ମାଧ୍ୟମରେ ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ ସଚେତନ ବାର୍ତ୍ତା ଦିଆଯାଇଛି।

Advertisment

ଏଥିରେ ଅଭିନୟ କରିଥିବା ସମସ୍ତ କୁନି କଳାକାରଙ୍କୁ ଆଜି ଜାତୀୟ ଶିଶୁ କଳାକାର ରୂପେ ପୁରୀ ଟାଉନ୍ ହଲରେ ସମ୍ମାନିତ କରାଯାଇଛି। ଏହି କଳାକାର ମାନେ ହେଲେ ତନିଷ୍ଟ, ରାଜୀବ, ଦୀପ୍ତି, ଶିବା ଓ ଅମ୍ରିତା। ସିନେମାଟିକୁ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଣା ଡି.କେ। ବରିଷ୍ଠ କଳାକାର ଜ୍ଞାନରଞ୍ଜନ ମହାପାତ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଏହି ପୁରସ୍କାର ମିଳିବା ପରେ ହିଞ୍ଜିଳିକାଟୁ ତଥା ଗଞ୍ଜାମ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।