ଭୁବନେଶ୍ବର: ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଅମ୍ଫାନ ଏବେ ଭଦ୍ରକ ଓ ବାଲେଶ୍ବର ଉପକୂଳ ଅତିକ୍ରମ କରି ପଶ୍ଛିମବଙ୍ଗ ଓ ବାଂଲାଦେଶ ଉପକୂଳର ସ୍ଥଳଭାଗ ଆଡକୁ ଗତି କରୁଛି।  ଏହା ଏବେ ଦୀଘାଠାରୁ ୧୦୦କିମି ଦୂରରେ ଥିବା ବେଳେ ବାଂଲାଦେଶରୁ ୧୯୫ କିମି ଦୂରରେ ରହିଛି । ଆଜି ଅପରାହ୍ନରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ବରସ୍ଥିତି ଆଞ୍ଚଳିକ କାର୍ଯ୍ୟାଳୟ।

Advertisment

ଅମ୍ଫାନ ଏବେ ଘଣ୍ଟାକୁ ୨୯କିମି ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ୪ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ସନ୍ଧ୍ୟା ସୁଦ୍ଧା ପଶ୍ବିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ  ଅମ୍ଫାନ୍  ସ୍ଥଳଭାଗ ଅତିକ୍ରମ କରିବ। ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ । ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ।