ଭୁବନେଶ୍ବର: ଆଜି ଅନୁଷ୍ଠିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷା ଓ ପୁରସ୍କାର ବିତରଣ ଉତ୍ସବ। ଶିରିପୁରସ୍ଥିତ ଓୟୁଏଟି ପରିସରରେ ଥିବା ‘କଲେଜ ଅଫ ଏଗ୍ରିକଲଚର’ ପରୀକ୍ଷା କକ୍ଷରେ ଏହି ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ସକାଳ ୧୧ଟା ୩୦ରେ ଆରମ୍ଭ ହୋଇଛି। ପରୀକ୍ଷା ପୂର୍ବରୁ ରାଜଭବନରୁ ବିଷୟବସ୍ତୁ ଏକ ମୁଦା ଲଫାପା ଭିତରେ ଆସିଥିଲା। ଆଜିର ପ୍ରବନ୍ଧ ପ୍ରତିଯୋଗିତାର ବିଷୟ ରହିଛି ‘ବିଶ୍ଵଗୁରୁ ଭାରତ’।
/sambad/media/post_attachments/wp-content/uploads/2022/11/da3053ce-7d83-474e-8e46-d4a8dfbc1588.jpg)
ଏହା ପୂର୍ବରୁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତ ଥିବା ଅଭିଭାବକମାନଙ୍କ ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭଲ ପ୍ରବନ୍ଧ ଲେଖିବାକୁ ପିଲାମାନଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକ ଉତ୍ସାହିତ କରିଥିଲେ। ଏଥିରେ ପ୍ରବନ୍ଧ ପ୍ରତିଯୋଗିତାର ବିଚାରକମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/11/eaad3b59-7c0a-4be2-8f4e-5f407fd05a36.jpg)
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ ତଥା ରାଜ୍ୟ ସରକାରଙ୍କ ସହଯୋଗିତାରେ ‘ସମ୍ବାଦ’ ଗ୍ରୁପ ପକ୍ଷରୁ ସେପ୍ଟେମ୍ବର ୧୧ ତାରିଖରେ ସାରା ରାଜ୍ୟରେ ଏହି ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଆଜିର ପ୍ରତିଯୋଗିତାରେ ରାଜ୍ୟର ୩୦ଟି ଜିଲ୍ଲା ଓ ୫ଟି ମହାନଗର ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଭାଗନେଇଛନ୍ତି। ଏହା ସହିତ ରାଜଭବନଠାରେ ରାଜ୍ୟପାଳଙ୍କଠାରୁ ଜିଲ୍ଲାସ୍ତରୀୟ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/00ae4035-3fcc-43b7-a9ad-ba6e2b6c6e69.jpg)