କ୍ୟାଟ୍‌ରେ ଅମ୍ରିତ ରାଜ୍ୟ ଟପର୍‌

ଭୁବନେଶ୍ବର : ଦେଶର ଅଗ୍ରଣୀ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ କମନ୍‌ ଆଡମିସନ୍‌ ଟେଷ୍ଟ(କ୍ୟାଟ୍‌)ରେ ଏନ୍‌ଆଇଟି ରାଉରକେଲା ବିଦ୍ୟୁତ୍‌ ବିଭାଗର ଶେଷ ବର୍ଷ ଛାତ୍ର ଅମ୍ରିତ ଅନ୍ବେଷ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶାରେ ପ୍ରଥମ ହୋଇଛନ୍ତି। ଏହି ସଫଳତା ପାଇଁ ସେ ପ୍ରଭୁ ଶ୍ରୀଜଗନ୍ନାଥ, ସାଇ ବାବାଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି। ମାତା ଗୀତିଭାରତୀ ଓ ଓପିଟିସିଏଲ୍‌ର ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ପିତା ସୁଶାନ୍ତ କୁମାର ବେହେରାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଥିବା ସେ କହିଛନ୍ତି। ଭୁବନେଶ୍ବରରେ ରହୁଥିଲେ ମଧ୍ୟ ତାଙ୍କର ଜନ୍ମ ସ୍ଥାନ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ କୁଲ୍‌ହଚଡ ଗ୍ରାମରେ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭୁବନେଶ୍ବର ୟୁନିଟ୍‌-୮ ଡିଏଭି ସ୍କୁଲରେ ପଢ଼ିଥିବା ଅମ୍ରିତ ୨୦୧୮ରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ପ୍ରଥମ ସୁଯୋଗରେ ଏନ୍‌ଆଇଟି ରାଉରକେଲାରେ ପଢ଼ିବାର ସୁଯୋଗ ପାଇଥିଲେ। ଏହାବ୍ୟତୀତ ଜିଆରଏଫ୍‌(ଗ୍ରାଜୁଏଟ୍‌ ରେକର୍ଡ ଏଗ୍‌ଜାମିନେସନ)ରେ ୩୪୦ରୁ ୩୨୭ ନମ୍ବର ରଖି ବିଦେଶର ଅଗ୍ରଣୀ ବିଶ୍ବବିଦ୍ୟାଳୟରେ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର