ସିବିଏସ୍‌ଇ ପରୀକ୍ଷା: ଅମୃତା ଆକାଂକ୍ଷା ମହାନ୍ତି ୯୮.୮ ପ୍ରତିଶତ ରଖି ନବରଂଗପୁର ଜିଲ୍ଲା ଟପର

ନବରଙ୍ଗପୁର: ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଅମୃତା ଆକାଂକ୍ଷା ମହାନ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦଶମ ଶ୍ରେଣୀ ରେ ୯୮.୮(୪୯୪) ପ୍ରତିଶତ ରଖି ଜିଲ୍ଲାର ଟପର ହୋଇଛନ୍ତି। ଅମୃତା ଜିଲ୍ଲା ଟପର ହୋଇଥିବାରୁ ତା‌ଙ୍କୁ ବନ୍ଧୁ, ସମ୍ପର୍କୀୟ ଓ ସହପାଠୀ ମହଲରୁ ଶୁଭେଛାର ଶୁଅ ଛୁଟିବାରେ ଲାଗିଛି। ସେ ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ଲକ୍ଷ ରଖିଛନ୍ତି। ସେ ଏହାର ଶ୍ରେୟ ସ୍କୁଲ ଓ ଟ୍ୟୁସନର ଶିକ୍ଷକ ଏବଂ ବାପା ଓ ମା’ଙ୍କୁ ଦେଇଛନ୍ତି। ସେହିଭଳି ଭାବେ ଅମୃତା ଜିଲ୍ଲାର ଟପର ହୋଇଥିବାରୁ ଅମୃତାଙ୍କୁ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରର ଅଧ୍ୟକ୍ଷ ମଣ୍ଟୁ କୁମାରଙ୍କ ସହ ଅନ୍ୟ ଶିକ୍ଷକମାନେ ମଧ୍ୟ ଶୁଭେଛା ଜଣାଇଛନ୍ତି। ଅମୃତାଙ୍କ ବାପା ଅମରେନ୍ଦ୍ର ମହାନ୍ତି ନିକଟରେ ସେନାବାହିନୀରୁ ଅବସର ନେଇଛନ୍ତି ଓ ମା ଡଃ.ଆଦ୍ୟା‌ରଶ୍ମୀ ସ୍ବାଇଁ କୋଷାଗୁମୁଡା ବ୍ଲକର ଆସଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସକ ଅଟନ୍ତି। ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଛି।

ସମ୍ବନ୍ଧିତ ଖବର