ଅମୃତ ମଣୋହୀ କୋଠଭୋଗ ଯୋଜନା : ଦାତାଙ୍କ ପାଖକୁ ଯିବନି ମହାପ୍ରସାଦ

ପୁରୀ : ଅମୃତ ମଣୋହୀ/କୋଠ ଭୋଗ ଯୋଜନାରେ ଭକ୍ତଙ୍କ ଦାନଅର୍ଥର ସୁଧରେ ଚାଲିଥିବା ମାଗଣା ମହାପ୍ରସାଦ ସେବା ବନ୍ଦ ହେବ। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ଦାତାମାନଙ୍କର ମତାମତ ଲୋଡ଼ିଛି। ଡିସେମ୍ବର ୩୧ ତାରିଖ ସୁଦ୍ଧା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଠିକଣାରେ ମତାମତ ପଠାଇବାକୁ ସମସ୍ତ ଦାତାଙ୍କୁ ଚିଠି ଜରିଆରେ ସୂଚନା ଦିଆଯାଇଛି। ଦାତାମାନେ ମତାମତ ନଦେଲେ ପ୍ରଶାସନର ନିଷ୍ପତ୍ତିରେ ଦାତା ରାଜି ବୋଲି ଧରିନିଆଯିବ। ଯେଉଁମାନେ ଯାହା ପରାମର୍ଶ ଦେବେ ତାହା ମଧ୍ୟ ଗ୍ରହଣ କରାଯିବ ବୋଲି ମାନେ ନାହିଁ। ଆଗାମୀ ପରିଚାଳନା କମିଟି ବୈଠକରେ ଏହାକୁ ଉପସ୍ଥାପନ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ୨୦୧୩ ମସିହାରୁ ଅମୃତ ମଣୋହୀ/କୋଠଭୋଗ ଯୋଜନାକୁ ସରକାର ବନ୍ଦ କରିଥିଲେ ମଧ୍ୟ ପୂର୍ବ ଜମା ଅର୍ଥର ସୁଧରେ ଏହା ଚାଲି ଆସିଥିଲା। ଦାତାମାନେ ଚାହୁଁଥିବା ଦିନରେ ତାଙ୍କ ପାଖକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଗ ପଠାଯାଉଥିଲା। ହେଲେ ଏହା ଆଉ ସମ୍ଭବ ହେଉନଥିବାରୁ ଏହାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର