ସମ୍ବଲପୁର : ଶିଶୁ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ସମୟରେ ଗତ କିଛି ବର୍ଷ ହେବ ସମ୍ବଲପୁର ସମେତ ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶହ ଶହ ମାମଲାର ବିଚାର ନହୋଇ ପଡ଼ି ରହିଛି। କେବଳ ସମ୍ବଲପୁର ଜିଲ୍ଲାରେ ୯ଶହରୁ ଅଧିକ ଶିଶୁ ଅପରାଧ ସମ୍ପର୍କୀତ ମାମଲାର ବିଚାର ହୋଇନପାରି ଫାଇଲ୍ ପଡ଼ିରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ଅତିରିକ୍ତ କିଶୋର ନ୍ୟାୟ ବୋର୍ଡକୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ମଞ୍ଜୁରି ମିଳିଛି। ଏଥିପାଇଁ ଜଣେ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।
ପୂର୍ବରୁ ସମ୍ବଲପୁରରେ ଥିବା କିଶୋର ନ୍ୟାୟ ବୋର୍ଡରେ ସହରାଞ୍ଚଳର ମାମଲାଗୁଡ଼ିକର ବିଚାର ହେବ ଓ ନୂତନ ବୋର୍ଡରେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଥାନାଗୁଡ଼ିକର ମାମଲାର ବିଚାର ହେବ ବୋଲି ଜଣାପଡ଼ିଛି। ଏଥିରେ ସିଭିଲ୍ କୋର୍ଟ ରେଜିଷ୍ଟ୍ରାର୍ଙ୍କୁ ମୁଖ୍ୟ ବିଚାରପତି ଏବଂ କବିତା ପଣ୍ଡା, ମମତା ମହାନ୍ତିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Juvenile-Justice.jpg)